ଦିଲ୍ଲୀ ଅବକାରୀ ଦୁର୍ନୀତି: ସିସୋଦିଆଙ୍କ ହାଜତ ମିଆଦ ପୁଣି ବଢ଼ିଲା | News Room Odisha

ଦିଲ୍ଲୀ ଅବକାରୀ ଦୁର୍ନୀତି: ସିସୋଦିଆଙ୍କ ହାଜତ ମିଆଦ ପୁଣି ବଢ଼ିଲା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍) ନେତା ମନୀଷ ସିସୋଦିଆଙ୍କୁ ପୁଣି ଝଟକା ଲାଗିଛି । ରାଉଜ୍ ଆଭେନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କୁ କୌଣସି ଆଶ୍ବସ୍ତି ନ ଦେଇ ତାଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ଏପ୍ରିଲ ୧୭, ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଇଡି ତରଫରୁ ରୁଜୁ ମନି ଲଣ୍ଡରିଂ ମାମଲାରେ ତାଙ୍କର ବିଚାର ବିଭାଗୀୟ ହାଜତ ମିଆଦ ଶେଷ ହେବା ପରେ ସିସୋଦିଆଙ୍କୁ ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ।

ଏହାପୂର୍ବରୁ ସିବିଆଇ ମାମଲାରେ ମଧ୍ୟ ରାଉଜ୍ ଆଭେନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କୁ ଏପ୍ରିଲ୍ ୧୭ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ । ବର୍ତ୍ତମାନ ଉଭୟ ମାମଲାରେ ତାଙ୍କ ହାଜତ ମିଆଦ ବଢ଼ିଥିବାରୁ ସିସୋଦିଆ ଏପ୍ରିଲ ୧୭ ପୂର୍ବରୁ ଜେଲରୁ ବାହାରିବା ଏବେ କଷ୍ଟକର |