ମହମବତୀ କାରଖାନାରେ ନିଆଁ ଲାଗି ୬ ମୃତ | News Room Odisha

ମହମବତୀ କାରଖାନାରେ ନିଆଁ ଲାଗି ୬ ମୃତ

ପୁଣେ: ପୁଣେ ଜିଲ୍ଲାର ପିମ୍ପ୍ରି ଚିଞ୍ଚୱାଡ ଅଞ୍ଚଳରେ ଏକ ମହମବତୀ କାରଖାନାରେ ଅଗ୍ନିକାଣ୍ଡ ଘଟି ଅତି କମରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ୮ ଜଣ ଆହତ ହୋଇଛନ୍ତି ।

ପିମ୍ପ୍ରି-ଚିଞ୍ଚୱାଡ ମ୍ୟୁନିସିପାଲିଟି କମିଶନର ଶେଖର ସିଂ କହିଛନ୍ତି, ଟାଲାଓ୍ବାଡେ ସ୍ଥିତ କାରଖାନାରେ ଅଗ୍ନିକାଣ୍ଡ ସମ୍ପର୍କରେ ଅଗ୍ନିଶମ ବାହିନୀକୁ ଅପରାହ୍ନ ପ୍ରାୟ ୨ଟା ୪୫ ମିନିଟରେ କଲ୍ ଆସିଥିଲା।

ସେ କହିଛନ୍ତି, “ନିଆଁକୁ ଆୟତ୍ତ କରାଯାଇଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।”

ଆହତମାନଙ୍କୁ ପୁଣେ ଏବଂ ପିମ୍ପ୍ରି ଚିଞ୍ଚୱାଡ ମ୍ୟୁନିସିପାଲିଟି ଅଞ୍ଚଳର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି କମିଶନର ସୂଚନା ଦେଇଛନ୍ତି।