ଜମ୍ମୁ-କାଶ୍ମୀର: ଖାତକୁ ଖସିଲା ସୁରକ୍ଷାକର୍ମୀଙ୍କ ବସ୍, ୬ ଆଇଟିବିପି ଯବାନଙ୍କ ମୃତ୍ୟୁ, ୩୭ ଆହତ | News Room Odisha

ଜମ୍ମୁ-କାଶ୍ମୀର: ଖାତକୁ ଖସିଲା ସୁରକ୍ଷାକର୍ମୀଙ୍କ ବସ୍, ୬ ଆଇଟିବିପି ଯବାନଙ୍କ ମୃତ୍ୟୁ, ୩୭ ଆହତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ପହଲଗାମରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) କର୍ମଚାରୀଙ୍କୁ ନେଇ ଏକ ବସ୍ ଅନନ୍ତନାଗର ଚନ୍ଦନୱାଡି ନିକଟରେ ଏକ ଗଭୀର ଖାତରେ ଖସିପଡିଛି। ଏହି ଦୁର୍ଘଟଣାରେ ୬ ଜଣ ଆଇଟିବିପି କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୩୭ ଜଣ ଆହତ ହୋଇଥିବା ଜଣାଯାଇଛି। ଅମରନାଥ ଯାତ୍ରାରେ ଆଇଟିବିପି କର୍ମଚାରୀ ନିୟୋଜିତ ହୋଇଥିଲେ।

ସୂଚନାଯୋଗ୍ୟ ଯେ ବସ୍ ୩୯ ସୈନିକଙ୍କୁ ନେଇ ଯାଉଥିଲା, ଯେଉଁଥିରେ ଆଇଟିବିପିର ୩୭ ଜଣ କର୍ମଚାରୀ ଏବଂ ଜାମ୍ମୁ କାଶ୍ମୀର ପୋଲିସର ୨ ଜଣ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ। ବସ୍‌ର ବ୍ରେକ୍ ଫେଲ୍ ହେବା ଯୋଗୁଁ ଏହା ନିୟନ୍ତ୍ରଣ ହରାଇ ଏକ ଗଭୀର ଖାତରେ ଖସିପଡ଼ିଥିଲା ବୋଲି କୁହାଯାଇଛି । ସମସ୍ତ ଯବାନ ଚନ୍ଦନୱାଡିରୁ ପହଲଗାମ ଆଡକୁ ଯାଉଥିଲେ। ଏହି ଦୁର୍ଘଟଣାରେ ବହୁ ସଂଖ୍ୟକ ସୈନିକ ଆହତ ହୋଇଛନ୍ତି ।