କେମିକାଲ୍ ଗୋଦାମରେ ଅଗ୍ନିକାଣ୍ଡ, ଦୁଇ ମହିଳାଙ୍କ ସହ ୬ ମୃତ | News Room Odisha

କେମିକାଲ୍ ଗୋଦାମରେ ଅଗ୍ନିକାଣ୍ଡ, ଦୁଇ ମହିଳାଙ୍କ ସହ ୬ ମୃତ

ହାଇଦ୍ରାବାଦ: ହାଇଦ୍ରାବାଦର ନାମପଲ୍ଲି ଅଞ୍ଚଳରେ ସୋମବାର ଏକ କେମିକାଲ ଗୋଦାମରେ ନିଆଁ ଲାଗି ୬ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଦୁଇ ମହିଳା ଅଛନ୍ତି । ଏହି ଘଟଣାରେ ଅନେକ ଗୁରୁତର ଆହତ ହୋଇଛନ୍ତି । ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି ।

ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ହାଇଦ୍ରାବାଦ ସେଣ୍ଟ୍ରାଲ ଜୋନର ଡିସିପି ଭେଙ୍କଟେଶ୍ୱର ରାଓ କହିଛନ୍ତି, ହାଇଦ୍ରାବାଦର ନାମପଲ୍ଲି ସ୍ଥିତ ବଜାରଘାଟ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି । ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ଥିବା କେମିକାଲ୍ ଗୋଦାମରେ ହଠାତ୍ ନିଆଁ ଲାଗିଯାଇଥିଲା । ଏହି ଘଟଣାରେ ୬ ଜଣ ବ୍ଯକ୍ତି ଜଳିଯାଇଥିଲେ ।

ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା କ୍ଷଣି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଏହାଛଡ଼ା ନିକଟସ୍ଥ ଅଟ୍ଟାଳିକାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି। ନିଆଁ କିପରି ଲାଗିଲା ପୋଲିସ ତାହାର ତଦନ୍ତ କରୁଛି ।