ମଶାଧୂପ ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଗୋଟିଏ ପରିବାରର ୬ ମୃତ | News Room Odisha

ମଶାଧୂପ ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଗୋଟିଏ ପରିବାରର ୬ ମୃତ

ନୂଆଦିଲ୍ଲୀ: ମଶାଧୂପରୁ ନିଆଁ ଲାଗି ଗୋଟିଏ ପରିବାରର ୬ ଜଣଙ୍କ ଜୀବନ ଯାଇଛି । ଜାତୀୟ ରାଜଧାନୀ ଦିଲ୍ଲୀର ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଘଟିଛି ଏପରି ଦୁଃଖଦ ଘଟଣା । ରାତିରେ ଶୋଇଥିବା ବେଳେ ମଶାଧୂପରୁ ନିଆଁ ଲାଗି ଶ୍ୱାସରୁଦ୍ଧ ହୋଇ ସେମାନଙ୍କ ମୃତ୍ୟୁ ହୋଇଥିବା ଉତ୍ତର ପୂର୍ବ ଦିଲ୍ଲୀ ଡିସିପି ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଛୋଟପିଲା ରହିଛି । ଏହି ଘଟଣାରେ ଆଉ ତିନି ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ରିପୋର୍ଟ ଅନୁଯାୟୀ, ଗତ ରାତିରେ ଶାସ୍ତ୍ରୀ ପାର୍କର ଗୋଟିଏ ପରିବାରର ଲୋକେ ଘରେ ମଶାଧୂପ ଲଗାଇ ଶୋଇଥିଲେ । ତେବେ ମସିଣାରେ ମଶାଧୂପ ଝୁଲ ପଡ଼ି ନିଆଁ ଲାଗିଯାଇଥିଲା । ଦୁଇ ଜଣଙ୍କ ନିଆଁରେ ପୋଡ଼ି ହୋଇ ମୃତ୍ୟୁ ହୋଇଥିବା ବେଳେ ଆଉ ୪ ଜଣଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ଯୋଗୁଁ ହୋଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ଏହି ଘଟଣାର ତଦନ୍ତ କରୁଛି।