ବିଭ୍ରାନ୍ତିକର ଖବର ପ୍ରସାରଣ କରୁଛନ୍ତି ଏହି ୬ ୟୁଟ୍ୟୁବ ଚ୍ୟାନେଲ୍, ଚେତାଇଲେ ସରକାର | News Room Odisha

ବିଭ୍ରାନ୍ତିକର ଖବର ପ୍ରସାରଣ କରୁଛନ୍ତି ଏହି ୬ ୟୁଟ୍ୟୁବ ଚ୍ୟାନେଲ୍, ଚେତାଇଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ମଙ୍ଗଳବାର ମିଥ୍ୟା ତଥା ବିଭ୍ରାନ୍ତିକର ଖବର ପ୍ରସାରଣ କରୁଥିବା ୬ଟି ୟୁଟ୍ୟୁବ ଚ୍ୟାନେଲର ନାମ ସେୟାର କରିଛନ୍ତି ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପିଆଇବିର ଫ୍ୟାକ୍ଟ ଚେକ୍ ଟିମ୍ ଏହି ୟୁଟ୍ୟୁବ ଚ୍ୟାନେଲ ଗୁଡ଼ିକର ପର୍ଦ୍ଦାଫାସ୍ କରିଛି | ଏହି ଚ୍ୟାନେଲଗୁଡ଼ିକ ହେଉଛି – ନେସନ ଟିଭି, ସମ୍ୱାଦ ଟିଭି, ସରୋକାର ଭାରତ, ନେସନ୍ ୨୪, ସ୍ବର୍ଣ୍ଣିମ ଭାରତ ଏବଂ ସମ୍ୱାଦ ସମାଚାର |

ଏହି ୬ଟି ୟୁଟ୍ୟୁବ ଚ୍ୟାନେଲର ୨୦ ଲକ୍ଷରୁ ଅଧିକ ସବସ୍କ୍ରାଇବର ଅଛନ୍ତି । ଏହାଛଡ଼ା ଏହି ୬ ଚ୍ୟାନେଲ ଗୁଡ଼ିକର ଭିଡିଓଗୁଡିକ ୫୧ କୋଟିରୁ ଅଧିକ ଥର ଦେଖାଯାଇଛି |

ପିଆଇବି ସେମାନଙ୍କ ନାମ ସାର୍ବଜନୀନ କରିବା ପରେ ଏହି ଚ୍ୟାନେଲଗୁଡିକ ମଧ୍ୟରୁ କେତେକ ସେମାନଙ୍କ ନାମ ପରିବର୍ତ୍ତନ କରିଦେଇଥିବା ଜଣାପଡ଼ିଛି ।

ଏହି ଚ୍ୟାନେଲଗୁଡିକର ଭିଡିଓରେ ଇଭିଏମ୍ ଉପରେ ବ୍ୟାନ୍ ନେଇ ମିଥ୍ୟା ଖବର, ରାଷ୍ଟ୍ରପତି ଏବଂ ପ୍ରଧାନ ବିଚାରପତିଙ୍କ ସମେତ ସରକାରୀ ପଦବୀରେ ଅବସ୍ଥାପିତ ବରିଷ୍ଠ ଅଧିକାରୀଙ୍କ ନାମରେ ମିଛ ଖବର ପ୍ରସାରଣ କରାଯାଇଥିଲା।