କଞ୍ଝାୱାଲା ମାମଲା: ଷଷ୍ଠ ଅଭିଯୁକ୍ତ ଗିରଫ | News Room Odisha

କଞ୍ଝାୱାଲା ମାମଲା: ଷଷ୍ଠ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: କଞ୍ଝାୱାଲା ହିଟ୍ ଆଣ୍ଡ୍ ରନ୍ ମାମଲାରେ ଷଷ୍ଠ ଅଭିଯୁକ୍ତ ଆଶୁତୋଷଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଯେଉଁ କାର୍ ଦୁର୍ଘଟଣା ଘଟାଇଥିଲା ତାହା ଆଶୁତୋଷଙ୍କ କାର୍ ଥିଲା। ଘଟଣା ପରେ ସେ ଅଭିଯୁକ୍ତଙ୍କୁ ସାହାଯ୍ୟ କରିଥିବା ଅଭିଯୋଗ ହୋଇଛି। ପୋଲିସର ସୂଚନାନୁସାରେ, ଘଟଣା ସମୟରେ କାରରେ କେବଳ ଚାରିଜଣ ଅଭିଯୁକ୍ତ ଥିଲେ।

ଏହି ମାମଲାରେ ମୋଟ ୭ ଜଣ ଲୋକ ସମ୍ପୃକ୍ତ ଥିଲେ ବୋଲି ଦିଲ୍ଲୀ ପୋଲିସ କହିଛି । ଏପର୍ଯ୍ୟନ୍ତ ୬ ଜଣ ଗିରଫ ହୋଇଥିବା ବେଳେ ସପ୍ତମ ଅଭିଯୁକ୍ତକୁ ଖୋଜା ଚାଲିଛି ।