ଆନ୍ଦୋଳନରେ ପ୍ରାଣ ହରାଇଥିବା ୭୦୨ ଜଣ ଚାଷୀଙ୍କ ତାଲିକା କେନ୍ଦ୍ରକୁ ପଠାଇଲା ସଂଯୁକ୍ତ କିସାନ୍ ମୋର୍ଚ୍ଚା, ତଥ୍ୟ ନାହିଁ ବୋଲି କହିଥିଲେ ସରକାର | News Room Odisha

ଆନ୍ଦୋଳନରେ ପ୍ରାଣ ହରାଇଥିବା ୭୦୨ ଜଣ ଚାଷୀଙ୍କ ତାଲିକା କେନ୍ଦ୍ରକୁ ପଠାଇଲା ସଂଯୁକ୍ତ କିସାନ୍ ମୋର୍ଚ୍ଚା, ତଥ୍ୟ ନାହିଁ ବୋଲି କହିଥିଲେ ସରକାର

ନୂଆଦିଲ୍ଲୀ: ସଂଯୁକ୍ତ କିସାନ୍ ମୋର୍ଚ୍ଚା ପକ୍ଷରୁ କୃଷକମାନଙ୍କ ଆନ୍ଦୋଳନରେ ପ୍ରାଣ ହରାଇଥିବା ୭୦୨ ଜଣ କୃଷକଙ୍କ ନାମ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଛି। ମୃତ କୃଷକଙ୍କ ତାଲିକା କିସାନ ମୋର୍ଚ୍ଚା ଶୁକ୍ରବାର ଦିନ କୃଷି ସଚିବଙ୍କ ନିକଟକୁ ପଠାଇଛି। ନିକଟରେ ସରକାର ସଂସଦରେ କହିଥିଲେ ଯେ ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା ଚାଷୀଙ୍କ ତଥ୍ୟ ଆମ ପାଖରେ ନାହିଁ। ତେଣୁ କ୍ଷତିପୂରଣର ପ୍ରଶ୍ନ ଉଠୁନାହିଁ ।

କୃଷି ଆଇନ ପ୍ରତ୍ୟାହାର ପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ସମେତ ଅନ୍ୟାନ୍ୟ ଦାବି ଉପରେ ସଂଯୁକ୍ତ କିସାନ ମୋର୍ଚ୍ଚାର ବୈଠକ ଚାଲିଛି। ବହୁ ବରିଷ୍ଠ କୃଷକ ନେତା ଏହି ସଭାରେ ଭାଗ ନେବାକୁ ଆସିଛନ୍ତି। ଏହି ବୈଠକ ଉପରେ ଭାରତୀୟ କିସାନ ୟୁନିଅନର ମୁଖପାତ୍ର ରାକେଶ ଟିକାଏତ୍ କହିଛନ୍ତି ଯେ ଆଜିର ବୈଠକରେ ଏମଏସପି, କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ତେନିଙ୍କୁ ହଟାଇବା, ଚାଷୀଙ୍କ ବିରୋଧରେ ମାମଲା ପ୍ରତ୍ୟାହାର ଏବଂ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ଦାବି ରହିଛି। ବୈଠକ ଶେଷ କରିବା ବିଷୟରେ ରାକେଶ ଟିକାଏତ୍ କହିଛନ୍ତି ଯେଉଁ ପର୍ଯ୍ୟନ୍ତ ଭାରତ ସରକାର ଚାହିଁବେ ଏହି ଆନ୍ଦୋଳନ ଜାରି ରହିବ। ଆଜି ଚାଲିଥିବା ବୈଠକରେ ଏହି ଆନ୍ଦୋଳନ ସମାପ୍ତ ହେବା ଉଚିତ ନା ଏହାକୁ ଜାରି ରହିବା ଉଚିତ ସେନେଇ ଆଲୋଚନା ହେଉଛି।