ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି | News Room Odisha

ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନାନୁସାରେ, ସୋନିଆଙ୍କୁ ରୁଟିନ୍ ଚେକ୍ଅପ୍ ପାଇଁ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛି ଦିନ ତଳେ ସୋନିଆ ପୁଅ ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ ଯାତ୍ରାରେ ଯୋଗ ଦେଇଥିଲେ।

ଭାରତ ଯୋଡ ଯାତ୍ରାର ଦ୍ବିତୀୟ ପର୍ଯ୍ୟାୟ ଗତକାଲି ଠାରୁ ଆରମ୍ଭ ହୋଇଛି । ଏହି ଯାତ୍ରା ଉତ୍ତର ପ୍ରଦେଶରେ ପ୍ରବେଶ କରିଛି । ହସ୍ପିଟାଲରେ ଭର୍ତ୍ତି ତାଙ୍କ ମାଙ୍କୁ ଭେଟିବାକୁ ଭାରତ ଯୋଡୋ ଯାତ୍ରାରୁ ସମୟ ବାହାର କରି ରାହୁଲ ଆଜି ସନ୍ଧ୍ୟାରେ ଦିଲ୍ଲୀ ଫେରିବେ ବୋଲି କୁହାଯାଇଛି ।