ସୋନିଆ ଗାନ୍ଧୀଙ୍କୁ କରୋନା | News Room Odisha

ସୋନିଆ ଗାନ୍ଧୀଙ୍କୁ କରୋନା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନା ସଂକ୍ରମିତ ହୋଇଛନ୍ତି। କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଏହି ସୂଚନା ଦେଇଛନ୍ତି। ନିକଟରେ ଏକ ବୈଠକରେ ସୋନିଆଙ୍କୁ ଭେଟିଥିବା କିଛି ନେତା ଏବଂ କର୍ମୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ସେ କହିଛନ୍ତି। ସୁରଜୱାଲାଙ୍କ ସୂଚନା ଅନୁଯାୟୀ ସୋନିଆ ଗାନ୍ଧୀଙ୍କ ଗତକାଲି (ବୁଧବାର) ସନ୍ଧ୍ୟାରେ ସାମାନ୍ୟ ଜ୍ୱର ହୋଇଥିଲା। ପରେ ତାଙ୍କର କୋଭିଡ ଟେଷ୍ଟ ପଜିଟିଭ୍ ଆସିଥିଲା।

ସୋନିଆ ଗାନ୍ଧୀ ଏବେ ଆଇସୋଲେସନରେ ଅଛନ୍ତି। ତାଙ୍କର ଚିକିତ୍ସା ଚାଲିଛି ଏବଂ ସେ ସୁସ୍ଥ ହେବାରେ ଲାଗିଛନ୍ତି। ସୋନିଆ ଦୁଇ ତିନି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ସୁରଜେୱାଲା ଆଶା ବ୍ୟକ୍ତ କରିଛନ୍ତି।

ପ୍ରକାଶ ଥାଉକି ନ୍ୟାସନାଲ ହେରାଲ୍ଡ ସହ ଜଡିତ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଓ ରାହୁଲ ଗାନ୍ଧୀଙ୍କୁ ସମନ କରିଛି। ଉଭୟଙ୍କୁ ଜୁନ୍ ୮ ରେ ହାଜର ହେବା ପାଇଁ କୁହାଯାଇଛି ।

ସୁରଜେୱାଲା କହିଛନ୍ତି ଯେ ସୋନିଆ ଗାନ୍ଧୀ ମୋତେ ବିଶେଷ ଭାବରେ କହିଛନ୍ତି ଯେ ସେ ନିଶ୍ଚିତ ଭାବରେ ୮ ତାରିଖ ଦିନ ଇଡି ରେ ହାଜର ହେବେ।

ସେପଟେ ଆଜି ରାହୁଲ ଗାନ୍ଧୀଙ୍କୁ ପଚରାଉଚରା ପାଇଁ ଇଡି ଡାକିଥିଲା, ​​କିନ୍ତୁ ସେ ଯାଇ ନଥିଲା। ରାହୁଲ ବର୍ତ୍ତମାନ ବିଦେଶରେ ଥିବାରୁ ଇଡିରୁ ଅଧିକ ସମୟ ମାଗିଛନ୍ତି।