ପଞ୍ଜାବ ବିଧାନସଭା ନିର୍ବାଚନ ଲଢ଼ିବେ ସୋନୁ ସୁଦଙ୍କ ଭଉଣୀ | News Room Odisha

ପଞ୍ଜାବ ବିଧାନସଭା ନିର୍ବାଚନ ଲଢ଼ିବେ ସୋନୁ ସୁଦଙ୍କ ଭଉଣୀ

ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଳବିକା ଆସନ୍ତା ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ସୋନୁ ସୁଦ୍ ଆଜି ଏହି ଘୋଷଣା କରିଛନ୍ତି । ସେ କେଉଁ ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ସେନେଇ କିନ୍ତୁ ସେ କିଛି ସୂଚନା ଦେଇନାହାଁନ୍ତି।

ରାଜଧାନୀ ଚଣ୍ଡିଗଡ଼ଠାରୁ ପ୍ରାୟ ୧୭୦ କିଲୋମିଟର ଦୂରରେ ଥିବା ମୋଗାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୋନୁ ସୁଦ୍ ଏହା ଘୋଷଣା କରିଛନ୍ତି। ନିକଟରେ ସୋନୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ଭେଟିଥିଲେ।

କରୋନା ମହାମାରୀ ସମୟରେ ସୋନୁ ସୁଦ୍ ଅସହାୟ ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚିତ ହୋଇଥିଲେ | ବିଶେଷକରି ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଘରକୁ ଫେରିବା ବ୍ୟବସ୍ଥା କରିଥିଲେ ସୋନୁ । ପୁଣି ଭୟାବହ ଦ୍ବିତୀୟ ଲହରୀ ସମୟରେ ହସ୍ପିଟାଲ ଗୁଡ଼ିକୁ ଅମ୍ଳଜାନ ଏବଂ ବେଡ୍ ଯୋଗାଇ ପ୍ରଶଂସିତ ହୋଇଥିଲେ ସୋନୁ ।