ପଞ୍ଜାବ ନିର୍ବାଚନ: ସୋନୁ ସୁଦଙ୍କ କାର୍ ଜବତ | News Room Odisha

ପଞ୍ଜାବ ନିର୍ବାଚନ: ସୋନୁ ସୁଦଙ୍କ କାର୍ ଜବତ

ମୋଗା: ପଞ୍ଜାବର ୧୧୭ ଆସନ ବିଶିଷ୍ଟ ବିଧାନସଭା ପାଇଁ ମତଦାନ ଚାଲିଛି। ସୋନୁ ସୁଦଙ୍କ ଭଉଣୀ ମାଳବିକା କଂଗ୍ରେସ ଟିକେଟରେ ମୋଗାରୁ ଳଢୁଛନ୍ତି। ଅଭିନେତା ସୋନୁ ସୁଦ ତାଙ୍କ ଭଉଣୀ ପାଇଁ ପ୍ରଚାର କରିବା ପାଇଁ ପଞ୍ଜାବରେ ଅଛନ୍ତି। ତେବେ ଭୋଟ୍ ସମୟରେ ସୋନୁ ସୁଦ ଏକ ମତଦାନ ବୁଥକୁ ଯାଉଥିବା ବେଳେ ତାଙ୍କ କାର୍ ଜବତ କରାଯାଇଥିବା ସୂଚନା ମିଳିଛି।

ଜିଲ୍ଲା ପିଆରଓ ପ୍ରଭାସ ସିଂ କହିଛନ୍ତି ଯେ ସୋନୁ ସୁଦ ଏକ ମତଦାନ ବୁଥରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ତାଙ୍କ କାର୍ ଜବତ କରାଯାଇଥିଲା । ପରେ ଏହାକୁ ତାଙ୍କ ଘରକୁ ପଠାଇ ଦିଆଯାଇଥିଲା। ସେ ଭୋଟର ନ ଥିବାରୁ ବୁଥକୁ ଯିବାବେଳେ ସୋନୁଙ୍କୁ ଅଟକାଇ ଦିଆଯାଇଥିଲା। ଏନେଇ ସୋନୁ ସୁଦ୍ କହିଛନ୍ତି ଯେ ଆମେ ଅବାଧ ଓ ନିରପେକ୍ଷ ନିର୍ବାଚନ ଚାହୁଁ। ବିଭିନ୍ନ ବୁଥରେ ବିରୋଧୀଦଳର ବିଶେଷ କରି ଅକାଳି ଦଳରୁ ଆସିଥିବା ଧମକପୂର୍ଣ୍ଣ କଲ୍ ବିଷୟରେ ଆମେ ଜାଣିବାକୁ ପାଇଲୁ। କିଛି ବୁଥରେ ଟଙ୍କା ବଣ୍ଟନ କରାଯାଉଥିଲା | ନିରପେକ୍ଷ ନିର୍ବାଚ ସୁନିଶ୍ଚିତ କରିବା ଆମର କର୍ତ୍ତବ୍ୟ | ତେଣୁ ଆମେ ବାହାରକୁ ଯାଇଥିଲୁ |

ସକାଳ ୮ଟାରୁ ପଞ୍ଜାବରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଛି, ଯାହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ସମସ୍ତ ମତଦାନ କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଜ୍ୟର ୨.୧୪ କୋଟିରୁ ଅଧିକ ଭୋଟର ଆଜି ସମସ୍ତ ୧୧୭ ନିର୍ବାଚନମଣ୍ଡଳୀରେ ମୋଟ ୧୩୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।