ବିଜେପିରେ ମିଶିଲେ ସମାଜବାଦୀ ପାର୍ଟି ବିଧାୟକ ଦାରା ସିଂହ ଚୌହାନ | News Room Odisha

ବିଜେପିରେ ମିଶିଲେ ସମାଜବାଦୀ ପାର୍ଟି ବିଧାୟକ ଦାରା ସିଂହ ଚୌହାନ

ଲକ୍ଷ୍ନୌ :ସମାଜବାଦୀ ପାର୍ଟିର ବିଧାୟକ ଦାରା ସିଂହ ଚୌହାନ ଆଜି ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଜ୍ୟ ସଭାପତି ଭୁପେନ୍ଦ୍ର ସିଂ ଚୌଧୁରୀ ତାଙ୍କୁ ରାଜ୍ୟ ମୁଖ୍ୟାଳୟରେ ଦଳର ସଦସ୍ୟତା ପ୍ରଦାନ କରିଥିଲେ। ଏହାପୂର୍ବରୁ ସେ ଉତ୍ତର ପ୍ରଦେଶ ବିଧାନସଭା ବାଚସ୍ପତି ସତୀଶ ମହାନାଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିଥିଲେ। ଏହି ସମୟରେ ବିଜେପି ରାଜ୍ୟ ସଭାପତି ଭୁପେନ୍ଦ୍ର ସିଂ ଚୌଧୁରୀ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ।

ଦାରା ସିଂହ ଚୌହାନ ଏସପି ଟିକେଟରେ ମାଉ ଜିଲ୍ଲା ଘୋସି ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଶନିବାର ଇ-ମେଲ ମାଧ୍ୟମରେ ସେ ତାଙ୍କ ଇସ୍ତଫା ପତ୍ର ଦଳର ସଭାପତି ଅଖିଳେଶ ଯାଦବଙ୍କୁ ପଠାଇଥିଲେ। ୟୁପି ପୂର୍ବାଞ୍ଚଳର ଜଣେ ଟାଣୁଆ ନେତା ଭାବେ ପରିଚିତ ଚୌହାନଙ୍କ (ନୋନିଆ) ଭୋଟ୍ ବ୍ୟାଙ୍କ ଉପରେ ନିୟନ୍ତ୍ରଣ ରହିଛି । ବିଜେପିରେ ଯୋଗ ଦେବା ପରେ ଦାରା ସିଂହଙ୍କୁ ଯୋଗୀ ଆଦିତ୍ୟନାଥ କ୍ୟାବିନେଟରେ ମଧ୍ୟ ସାମିଲ କରାଯିବା ସମ୍ଭାବନା ରହିଛି ।