ମହିଳା ଫୁଟବଲ୍ ବିଶ୍ୱକପ୍: ସ୍ପେନ୍ ପ୍ରଥମ ଥର ଚାମ୍ପିୟନ | News Room Odisha

ମହିଳା ଫୁଟବଲ୍ ବିଶ୍ୱକପ୍: ସ୍ପେନ୍ ପ୍ରଥମ ଥର ଚାମ୍ପିୟନ

ସିଡନୀ: ସ୍ପେନ୍ ମହିଳା ଫୁଟବଲ୍ ବିଶ୍ୱକପ୍ ଟାଇଟଲ୍ ଜିତିଛି | ଫାଇନାଲରେ ଇଂଲଣ୍ଡକୁ ୧-୦ରେ ହରାଇ ପ୍ରଥମ ଥର ପାଇଁ ବିଶ୍ବ ଚାମ୍ପିୟନ ହୋଇଛି ସ୍ପେନ୍।

ଅଷ୍ଟ୍ରେଲିଆର ସିଡନୀରେ ରବିବାର ଖେଳାଯାଇଥିବା ଫାଇନାଲରେ ସ୍ପେନ୍ ପାଇଁ କ୍ୟାପଟେନ୍ ଓଲଗା କାର୍ମୋନା ଗୋଲ୍ କରିଥିଲେ, ଯାହା ତାଙ୍କ ଦଳକୁ ଚାମ୍ପିୟନ କରାଇବାରେ ଯଥେଷ୍ଟ ସାବ୍ୟସ୍ତ ହୋଇଥିଲା ।

କାର୍ମୋନା ସ୍ୱିଡେନ ବିପକ୍ଷ ସେମିଫାଇନାଲରେ ମଧ୍ୟ ବିଜୟ ସୂଚକ ଗୋଲ୍ କରିଥିଲେ।

ସ୍ପେନ ଦଳ ପ୍ରଥମ ଥର ପାଇଁ ମହିଳା ଫୁଟବଲ ବିଶ୍ୱକପ ଜିତିଛି । ସ୍ପେନ ଓ ଇଂଲଣ୍ଡ ପ୍ରଥମ ଥର ପାଇଁ ଫାଇନାଲ୍ ଖେଳୁଥିଲେ । ଉଭୟ ପୁରୁଷ ଓ ମହିଳା ବିଶ୍ୱକପ ଫୁଟବଲ ଟାଇଟଲ୍ ଜିତିବାରେ ସ୍ପେନ୍ ହେଉଛି ବିଶ୍ବର ଦ୍ବିତୀୟ ଦେଶ।