କୋହଲି-ରୋହିତ ବିବାଦ ନେଇ କହିଲେ କ୍ରୀଡ଼ା ମନ୍ତ୍ରୀ - ଖେଳଠାରୁ କେହି ବଡ଼ ନୁହଁନ୍ତି | News Room Odisha

କୋହଲି-ରୋହିତ ବିବାଦ ନେଇ କହିଲେ କ୍ରୀଡ଼ା ମନ୍ତ୍ରୀ – ଖେଳଠାରୁ କେହି ବଡ଼ ନୁହଁନ୍ତି

ନୂଆଦିଲ୍ଲୀ: ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ ବିବାଦ ନେଇ ଭାରତର ପୂର୍ବତନ ଅଧିନାୟକ ମହମ୍ମଦ ଅଜହରୁଦ୍ଦିନ ଟ୍ୱିଟ୍ କରିବା ପରେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ।

ଭାରତୀୟ ଦଳରେ ଅଧିନାୟକତ୍ବ ବିବାଦ ନେଇ ଅନୁରାଗ କହିଛନ୍ତି ଯେ ଖେଳଠାରୁ କେହି ବଡ଼ ଖେଳାଳି ନାହାଁନ୍ତି। ମହମ୍ମଦ ଅଜହରୁଦ୍ଦିନ ତାଙ୍କ ଟ୍ୱିଟ କରି କରିଥିଲେ, “ବିରାଟ କୋହଲି ସୂଚନା ଦେଇଛନ୍ତି ଯେ ସେ ଦିନିକିଆ ସିରିଜ ପାଇଁ ଉପଲବ୍ଧ ନୁହଁନ୍ତି ଏବଂ ଆଗାମୀ ଟେଷ୍ଟ ସିରିଜ୍ ପାଇଁ ରୋହିତ ଶର୍ମା ବି ଉପଲବ୍ଧ ହେବେ ନାହିଁ। ବିରତି ନେବାରେ କୌଣସି କ୍ଷତି ନାହିଁ କିନ୍ତୁ ଟାଇମିଂ ସଠିକ୍ ହେବା ଉଚିତ ନଚେତ୍ ଦଳ ଭିତରେ ମତଭେଦ ରହିଥିବା ସନ୍ଦେହ ଦୃଢ଼ୀଭୂତ ହେବ |

ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ ବିବାଦ ବିଷୟରେ ପଚରାଯିବାରୁ ଅନୁରାଗ ଠାକୁର କହିଛନ୍ତି, ” ଖେଳ ସମସ୍ତଙ୍କଠାରୁ ଶୀର୍ଷରେ ଏବଂ ଖେଳଠାରୁ କେହି ବଡ଼ ନୁହଁନ୍ତି। ଅନୁରାଗ ଠାକୁର କହିଛନ୍ତି ଯେ କେଉଁ ଖେଳାଳିଙ୍କ ମଧ୍ୟରେ କଣ ଚାଲିଛି ତାହା ମୁଁ କହିପାରିବି ନାହିଁ। ଏହା ଜଣାଇବା ସମ୍ପୃକ୍ତ ସଙ୍ଗଠନର କାମ। ଭାରତର ପୂର୍ବତନ କ୍ରିକେଟର କିର୍ତ୍ତୀ ଆଜାଦ ମଙ୍ଗଳବାର କହିଥିଲେ ଯେ ଯଦି ରୋହିତ ଏବଂ କୋହଲି ଏକାଠି ନ ଖେଳନ୍ତି, ତେବେ ଖେଳାଳି ତଥା ଦଳର କ୍ଷତି ହେବ।