ପଶ୍ଚିମବଙ୍ଗ: ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପୁଣି ପଥରମାଡ଼ | News Room Odisha

ପଶ୍ଚିମବଙ୍ଗ: ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପୁଣି ପଥରମାଡ଼

କୋଲକାତା: ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଉପରେ ପୁଣି ପଥରମାଡ଼ ହୋଇଛି । ପଥରମାଡ଼ ପରେ ଦାର୍ଜିଲିଂ ଜିଲ୍ଲାର ଫାନସିଡେୱା ଅଞ୍ଚଳରୁ ନୂଆ ଜଲପାଇଗୁଡି ଅଭିମୁଖେ ଯାଉଥିବା ଟ୍ରେନର ସି-୩ ଏବଂ ସି-୬ କୋଚର ଝରକା କାଚ ଭାଙ୍ଗି ଯାଇଛି |

ମଙ୍ଗଳବାର (ଜାନୁୟାରୀ ୩) ସନ୍ଧ୍ୟା ପ୍ରାୟ ୬ଟା ସମୟରେ ରେଳବାଇ ପକ୍ଷରୁ ବନ୍ଦେ ଭାରତ ଏକ୍ସପ୍ରେସ (ଟ୍ରେନ୍ ନମ୍ବର- ୨୨୩୦୨)ର ଚେକିଂ ଚାଲିଥିବା ସମୟରେ ପଥର ମାଡ଼ ହୋଇଥିବା ଜଣାପଡିଥିଲା । ଏହି ଘଟଣାରେ କେହି ଆହତ ହେବାର ଖବର ନାହିଁ | ଦୁଇ ଦିନ ମଧ୍ୟରେ ଦ୍ୱିତୀୟ ଥର ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଥର ମାଡ଼ ହୋଇଛି |

ଏହା ପୂର୍ବରୁ ସୋମବାର (ଜାନୁୟାରୀ ୨) ମଧ୍ୟ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଏହି ଟ୍ରେନ୍ ଉପରକୁ ଟେକାମାଡ଼ ହୋଇଥିଲା । ନୂଆ ବର୍ଷ ଦିନ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଓଡ଼ାରୁ ନୂଆ ଜାଲପାଇଗୁଡି ମଧ୍ୟରେ ବନ୍ଦେ ଭରତ ଏକ୍ସପ୍ରେସର ଉଦଘାଟନ କରିଥିଲେ ।