ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଉପରେ ଆପତ୍ତିଜନକ ପୋଷ୍ଟ ନେଇ ପିଏଚଡି ଛାତ୍ର ଗିରଫ | News Room Odisha

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଉପରେ ଆପତ୍ତିଜନକ ପୋଷ୍ଟ ନେଇ ପିଏଚଡି ଛାତ୍ର ଗିରଫ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ବିରୋଧରେ ଆପତ୍ତିଜନକ ସୋସିଆଲ ମିଡ଼ିଆ ପୋଷ୍ଟ ପାଇଁ ଅହମ୍ମଦନଗରର ଜଣେ ୨୯ ବର୍ଷୀୟ ପିଏଚଡି ଛାତ୍ରଙ୍କୁ ଗିରଫ କରାଯାଇଛି। ଏନେଇ ସାଇବର କ୍ରାଇମ ଶାଖାରେ ପାଞ୍ଚରୁ ୬ ଜଣ ଦଳୀୟ କର୍ମଚାରୀ ସାଇବର ସେଲରେ ଅଭିଯୋଗ କରିବା ପରେ ଉକ୍ତ ଛାତ୍ରଙ୍କୁ ଗିରଫ କରାଯାଇଛି।

ଆପତ୍ତିଜନକ ପୋଷ୍ଟ ପାଇଁ ଗିରଫ ହୋଇଥିବା ଛାତ୍ର ହେଉଛନ୍ତି ଏଣ୍ଟୋମୋଲୋଜି କ୍ଷେତ୍ରରେ ଗବେଷଣାରତ ଛାତ୍ର ଗଣେଶ ଗୋଟେ । ସୂଚନା ଅନୁଯାୟୀ, ସେ ୱାଇ-ଫାଇ-ଭିପିଏନ୍ (ଏକ ଭର୍ଚୁଆଲ୍ ପ୍ରାଇଭେଟ ନେଟୱାର୍କ) ବ୍ୟବହାର କରୁଥିଲେ ଯାହା ଦ୍ଵାରା କେହି ତାଙ୍କୁ ଟ୍ରାକ୍ କରିପାରିବେ ନାହିଁ। ସେ ସାମ୍ବାଦିକମାନଙ୍କୁ ଏବଂ ରାଜନେତାଙ୍କ ଉପରେ ଆପତ୍ତିଜନକ ପୋଷ୍ଟ କରିବା ପାଇଁ ସେ ସ୍ୱତନ୍ତ୍ର ଭାବେ ଏକ ନୂଆ ନକଲି ଟ୍ବିଟର ହ୍ୟାଣ୍ଡେଲ ସୃଷ୍ଟି କରିଥିଲେ |

ପଚରାଉଚରା ବେଳେ ଗଣେଶ ଗୋଟେ ପ୍ରକାଶ କରିଛନ୍ତି ଯେ ଉଦ୍ଧବ ଠାକରେଙ୍କ ନେତୃତ୍ଵାଧୀନ “ପ୍ରକୃତ” ଶିବସେନାରୁ ଅଲଗା ହୋଇ ଏକ ନୂଆ ଦଳ ଗଠନ କରିଥିବାରୁ ସେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପରେ ଅସନ୍ତୋଷ ଥିଲେ।