ଆପକୁ ୬୦ କୋଟି ଦେଇଥିବା ଦାବି କଲେ ସୁକେଶ ଚନ୍ଦ୍ରଶେଖର | News Room Odisha

ଆପକୁ ୬୦ କୋଟି ଦେଇଥିବା ଦାବି କଲେ ସୁକେଶ ଚନ୍ଦ୍ରଶେଖର

ନୂଆଦିଲ୍ଲୀ: ମହାଠକ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ପୁଣିଥରେ ଆମ୍ ଆଦମୀ ପାର୍ଟି (ଆପ୍) ବିରୋଧରେ ଅଭିଯୋଗ ଦୋହରାଇଛନ୍ତି । ସେ ଆପକୁ ୬୦ କୋଟି ଟଙ୍କା ଦେଇଛନ୍ତି ବୋଲି ଚନ୍ଦ୍ରଶେଖର ଦାବି କରିଛନ୍ତି । ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଆଜି କୋର୍ଟରେ ହାଜର ହେବା ପରେ ଚନ୍ଦ୍ରଶେଖର ଗଣମାଧ୍ୟମକୁ କହିଛନ୍ତି ଯେ ସେ କୋର୍ଟରେ ସମସ୍ତ କଥା ଲିଖିତ ଭାବରେ କହିଛନ୍ତି।

ତାଙ୍କୁ ୨୦୦ କୋଟି ଟଙ୍କା ଠକେଇ ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା। ତାଙ୍କ ଦାବି ପରେ ବିଜେପି ଆପକୁ ଟାର୍ଗେଟ କରିଛି । ପ୍ରକୃତ ଠକ ସୁକେଶ ନା ଅରବିନ୍ଦ କେଜ୍ରିୱାଲ ବୋଲି ବିଜେପି ପ୍ରଶ୍ନ କରିଛି ।

ଚନ୍ଦ୍ରଶେଖରଙ୍କ ଦାବି ପରେ ଆପ୍ ଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ | ଏହାପୂର୍ବରୁ ଆପର ଜଣେ ନେତା ସୁକେଶ ଚନ୍ଦ୍ରଶେଖରଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ । ଆପ୍ ନେତା ଜଣକ କହିଥିଲେ ଯେ ସୁକେଶ ବିଜେପିର ଭାଷା କହୁଛନ୍ତି ଏବଂ ଜେଲରୁ ବାହାରିବା ପରେ ସେ ବିଜେପିର ହାତ ଧରିବେ।

ଅନ୍ୟପକ୍ଷରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମଧ୍ୟ ମନି ଲଣ୍ଡରିଂ ମାମଲାରେ ଆଜି କୋର୍ଟରେ ହାଜର ହୋଇଥିଲେ। ତାଙ୍କ ମାମଲାର ଅନୁସନ୍ଧାନ କରୁଥିବା ଇଡି ଅଭିଯୋଗ କରିଛି ଯେ ଜ୍ୟାକଲିନ ସୁକେଶ ଚନ୍ଦ୍ରଶେଖରଙ୍କଠାରୁ ବହୁ ମୂଲ୍ୟବାନ ଉପହାର ନେଇଛନ୍ତି।