ବିଜେପିରେ ଯୋଗ ଦେଲେ ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ସୁନୀଲ ଜାଖର | News Room Odisha

ବିଜେପିରେ ଯୋଗ ଦେଲେ ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ସୁନୀଲ ଜାଖର

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ସୁନୀଲ ଜାଖର ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ପାର୍ଟି ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ଜାଖର ଦଳରେ ସାମିଲ ହୋଇଛନ୍ତି ।

ନିକଟରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। କଂଗ୍ରେସ ପାର୍ଟି ସୁନିଲ ଜାଖରଙ୍କୁ ଏକ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ କାରଣ ଦର୍ଶାଅ ନୋଟିସ ଦେଇଥିଲା, ଯେଉଁଥିପାଇଁ ସେ ରାଗିଯାଇଥିଲେ। ଏହା ପରେ ହିଁ ସେ ଦଳ ଛାଡିବାକୁ ଘୋଷଣା କରିଥିଲେ। ଫେସବୁକ୍ ଲାଇଭ୍ କରି ସେ କଂଗ୍ରେସକୁ ଅଲବିଦା କହିଥିଲେ ।

ସୁନୀଲ ଜାଖର ତାଙ୍କ ମନ୍ତବ୍ୟ ପାଇଁ ପ୍ରାୟତଃ ଚର୍ଚ୍ଚାରେ ଥାଆନ୍ତି | ଯେତେବେଳେ ଆମ୍ ଆଦମୀ ପାର୍ଟି (ଆପ୍) ପଞ୍ଜାବରେ କଂଗ୍ରେସକୁ ହରାଇ କ୍ଷମତା ଦଖଲ କଲା, ଜାଖର ଏଥିପାଇଁ ଚରଣଜିତ ସିଂ ଚନ୍ନିଙ୍କୁ ଦାୟୀ କରିଥିଲେ। ଏହାପୂର୍ବରୁ ଯେତେବେଳେ ଅମରିନ୍ଦର ସିଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, ସେତେବେଳେ ଜାଖର ମୁଖ୍ୟମନ୍ତ୍ରୀ ହେବା ପାଇଁ ତାଙ୍କ ସହ ୪୨ ଜଣ ବିଧାୟକଙ୍କ ସମର୍ଥନ ଥିବା କହିଥିଲେ।