ଲଖିମପୁର ଖେରୀ ମାମଲା: ଆଶିଷ ମିଶ୍ରଙ୍କ ଜାମିନ ରଦ୍ଦ କରିବାକୁ ସୁପ୍ରିମକୋର୍ଟ କମିଟିର ସୁପାରିସ | News Room Odisha

ଲଖିମପୁର ଖେରୀ ମାମଲା: ଆଶିଷ ମିଶ୍ରଙ୍କ ଜାମିନ ରଦ୍ଦ କରିବାକୁ ସୁପ୍ରିମକୋର୍ଟ କମିଟିର ସୁପାରିସ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ଲଖିମପୁର ଖେରୀ ମାମଲାରେ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ଜାମିନ ରଦ୍ଦ ହୋଇପାରେ। ଏହି ମାମଲାର ତଦନ୍ତ ତଦାରଖ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି ଆଶିଷଙ୍କ ଜାମିନ ରଦ୍ଦ ପାଇଁ ସୁପାରିସ କରିଛି।

ଆଶିଷ ମିଶ୍ରଙ୍କ ଜାମିନ ରଦ୍ଦ ପାଇଁ ଆବେଦନ ଉପରେ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଏପ୍ରିଲ ୪କୁ ଦିନ ଧାର୍ଯ୍ୟ କରିଛନ୍ତି। ଏହାପୂର୍ବରୁ ଜାମିନ ନାମଞ୍ଜୁର କରିବାକୁ କମିଟିର ସୁପାରିଶ ସମ୍ପର୍କରେ କୋର୍ଟ ସୂଚନା ଦେଇଥିଲେ। ଲଖିମପୁର ଖେରୀ ଘଟଣାରେ ମୃତ ଚାଷୀଙ୍କ ପରିବାର ସଦସ୍ୟ ଆଶିଷ ମିଶ୍ରଙ୍କ ଜାମିନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଆଶିଷ ମିଶ୍ର ହେଉଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ। ଗତ ବର୍ଷ ଅକ୍ଟୋବରରେ ଚାଷୀଙ୍କ ଆନ୍ଦୋଳନ ସମୟରେ ଚାରିଜଣ ଚାଷୀଙ୍କୁ ଲକ୍ଷ୍ମୀପୁର ଖେରୀରେ ଏସୟୁଭି ମଡାଇ ହତ୍ୟା କରାଯାଇଥିଲା। ଆଶିଷ ମିଶ୍ର ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ।