ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ: ଆରମ୍ଭ ହେଲା ଶୁଣାଣିର ଲାଇଭ୍ ଷ୍ଟ୍ରିମିଂ | News Room Odisha

ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ: ଆରମ୍ଭ ହେଲା ଶୁଣାଣିର ଲାଇଭ୍ ଷ୍ଟ୍ରିମିଂ

ନୂଆଦିଲ୍ଲୀ: ଭାରତୀୟ ସୁପ୍ରିମକୋର୍ଟ ପାଇଁ ଆଜି ଏକ ଐତିହାସିକ ଦିନ । ଆଜିଠାରୁ ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚରେ ହେବାକୁ ଥିବା ଶୁଣାଣିର ଅନଲାଇନ୍ ଲାଇଭ୍ ଷ୍ଟ୍ରିମିଂ ଆରମ୍ଭ ହୋଇଛି।

ଅନଲାଇନ୍ ଷ୍ଟ୍ରିମିଂ ପାଇଁ ସୁପ୍ରିମକୋର୍ଟ ନିଜ ୱେବସାଇଟ୍ ଏବଂ ୟୁଟ୍ୟୁବ୍ ବ୍ୟବହାର କରିବେ |

ସେପ୍ଟେମ୍ବର ୨୭ରେ ଇଡବ୍ଲୁଏସ ସଂରକ୍ଷଣ ଓ ମହାରାଷ୍ଟ୍ରର ଶିବସେନା ବିବାଦ ସମେତ ଅନ୍ୟାନ୍ୟ ମାମଲା ସମ୍ବିଧାନ ବେଞ୍ଚରେ ଶୁଣାଣି ପାଇଁ ରଖାଯାଇଛି |

ସୁପ୍ରିମକୋର୍ଟର ଏହା ଏକ ନୂଆ ପଦକ୍ଷେପ ଏବଂ ବର୍ତ୍ତମାନ ଏହାକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଛି |

ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଅନୁଷ୍ଠିତ ହେବାକୁ ଥିବା ସମ୍ବିଧାନ ବେଞ୍ଚର ଶୁଣାଣି ପାଇଁ ତିନୋଟି କୋର୍ଟର ପୃଥକ ୱେବକାଷ୍ଟ ହେବ। ଏହି କାର୍ଯ୍ୟ ପାଇଁ ଜାତୀୟ ସୂଚନା କେନ୍ଦ୍ର (ଏନ୍ଆଇସି)କୁ ଦାୟିତ୍ବ ଦିଆଯାଇଛି |

ସୁପ୍ରିମକୋର୍ଟର ଅନଲାଇନ୍ ଶୁଣାଣି ଆପଣ ଚାହିଁଲେ https://webcast.gov.in/scindia/ ରେ ଦେଖିପାରିବେ | ଆପଣ ଏନ୍ଆଇସିର ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଏହା ଦେଖିପାରିବେ |

ଏହାପୂର୍ବରୁ କରୋନା ମହାମାରୀ ସମୟରେ ସୁପ୍ରିମକୋର୍ଟ ଆବେଦନ ଦାଖଲ ପାଇଁ ପାଇଁ ଇ-ଫାଇଲିଂ ଆରମ୍ଭ କରିଥିଲେ।

୨୪ ଘଣ୍ଟା ମଧ୍ୟରେ ଯେକୌଣସି ସମୟରେ ଇ-ଫାଇଲିଂ କରାଯାଇପାରିବ ଏବଂ ସୁପ୍ରିମକୋର୍ଟର ଫି ମଧ୍ୟ ଅନଲାଇନରେ ପୈଠ କରାଯାଇପାରିବ |

କରୋନା କାଳରେ ଯେତେବେଳେ ସମସ୍ତ କାର୍ଯ୍ୟ ଠପ୍ ହୋଇଯାଇଥିଲା ଏବଂ ‘ଓ୍ବାର୍କ ଫ୍ରମ୍ ହୋମ୍’କୁ କଲଚରକୁ ପ୍ରୋତ୍ସାହିତ କରାଯାଇଥିଲା, ସେତେବେଳେ କୋର୍ଟ ମଧ୍ୟ ଅନଲାଇନ୍ ଶୁଣାଣି ସୁବିଧା ଆରମ୍ଭ କରିଥିଲେ |