ବିଦ୍ରୋହୀ ବିଧାୟକଙ୍କ ଅଯୋଗ୍ୟ ମାମଲାରେ ମହାରାଷ୍ଟ୍ର ବାଚସ୍ପତିଙ୍କୁ ଡିସେମ୍ବର ୩୧ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ | News Room Odisha

ବିଦ୍ରୋହୀ ବିଧାୟକଙ୍କ ଅଯୋଗ୍ୟ ମାମଲାରେ ମହାରାଷ୍ଟ୍ର ବାଚସ୍ପତିଙ୍କୁ ଡିସେମ୍ବର ୩୧ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ଶିବସେନା ବିଦ୍ରୋହୀ ବିଧାୟକଙ୍କ ଅଯୋଗ୍ୟତା ମାମଲାରେ ଡିସେମ୍ବର ୩୧ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ସୋମବାର ମହାରାଷ୍ଟ୍ରର ବିଧାନସଭା ବାଚସ୍ପତି ରାହୁଲ ନର୍ଭେକରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ କହିଛନ୍ତି ଯେ ଠାକରେ ଗୋଷ୍ଠୀ ଦାୟର କରିଥିବା ଆବେଦନ ଉପରେ ଡିସେମ୍ବର ୩୧ ସୁଦ୍ଧା ଏବଂ ଏନସିପି ବିଦ୍ରୋହୀ ବିଧାୟକଙ୍କ ଅଯୋଗ୍ୟ ମାମଲାରେ ଜାନୁୟାରୀ ୩୧ ସୁଦ୍ଧା ନିଷ୍ପତ୍ତି ନିଆଯାଉ।

ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଏହି ମାମଲାର ଫଏସଲା ପାଇଁ ୨୯ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ସମୟ ମାଗିଥିଲେ।

ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ସୋମବାର ଏହି ମାମଲାର ଶୁଣାଣି କରିଥିଲେ । ଶିବସେନାର ବିଦ୍ରୋହୀ ଧାୟକଙ୍କ ଅଯୋଗ୍ୟ ଆବେଦନ ଉପରେ ନିଷ୍ପତ୍ତି ବିଳମ୍ବରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।

ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ କହିଥିଲେ ମହାରାଷ୍ଟ୍ର ବିଧାନସଭା ଶିବସେନା ଦଳର ବିଧାୟକଙ୍କ ଅଯୋଗ୍ୟତା ମାମଲାରେ ସେ ଫେବୃଆରୀ ୨୯ ସୁଦ୍ଧା ନିଷ୍ପତ୍ତି ନେବେ।