ଇଡି ନିର୍ଦ୍ଦେଶକ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବଢ଼ାଇଲେ ସୁପ୍ରିମକୋର୍ଟ | News Room Odisha

ଇଡି ନିର୍ଦ୍ଦେଶକ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବଢ଼ାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନିର୍ଦ୍ଦେଶକ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ ଜୁଲାଇ ୩୧ରେ ଶେଷ ହେଉଛି। ହେଲେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ମିଶ୍ରଙ୍କ କାର୍ଯ୍ୟକାଳ ଅକ୍ଟୋବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଦାବି କରିଥିଲେ। ତେବେ କୋର୍ଟ ସରକାରଙ୍କ ଏହି ଦାବି ଗ୍ରହଣ କରିନାହାଁନ୍ତି । ବରଂ ମିଶ୍ରଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁମତି ଦେଇଛନ୍ତି କୋର୍ଟ ।

ଏହାଛଡ଼ା କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏହାପରେ ମିଶ୍ରାଙ୍କ କାର୍ଯ୍ୟକାଳ ଆଉ ବୃଦ୍ଧି କରାଯିବ ନାହିଁ।

ଏହାପୂର୍ବରୁ ସୁପ୍ରିମକୋର୍ଟ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ ତୃତୀୟ ଥର ବୃଦ୍ଧି କରିବା ବେଆଇନ ବୋଲି କହିଥିଲେ କୋର୍ଟ । ସେ ତାଙ୍କ ପଦରେ ଜୁଲାଇ ୩୧ ପର୍ଯ୍ୟନ୍ତ ହିଁ ରହିପାରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ।