ବର୍ଷେ ପରେ ଜେଲରୁ ବାହାରିବେ ସତ୍ୟେନ୍ଦ୍ର ଜୈନ, ସୁପ୍ରିମକୋର୍ଟ ଦେଲେ ଅନ୍ତରୀଣ ଜାମିନ | News Room Odisha

ବର୍ଷେ ପରେ ଜେଲରୁ ବାହାରିବେ ସତ୍ୟେନ୍ଦ୍ର ଜୈନ, ସୁପ୍ରିମକୋର୍ଟ ଦେଲେ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଶେଷରେ ଜାମିନ ମିଳିଛି। ସ୍ବାସ୍ଥ୍ୟଗତ କାରଣରୁ ସୁପ୍ରିମକୋର୍ଟ ତାଙ୍କୁ ୬ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ମନି ଲଣ୍ଡରିଂ ଅଭିଯୋଗରେ ଗିରଫ ହେବା ପରେ ଜୈନ ଗତ ଏକ ବର୍ଷ ଧରି ଜେଲରେ ଅଛନ୍ତି। ଗତକାଲି ତିହାର ଜେଲର ବାଥରୁମରେ ପଡ଼ିଯିବାରୁ ଜୈନଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

ଅନ୍ତରୀଣ ଜାମିନ ସମୟରେ ସେ ଦିଲ୍ଲୀ ଛାଡି ପାରିବେ ନାହିଁ କି ଗଣମାଧ୍ୟମ ଆଗରେ କୌଣସି ବୟାନ ଦେଇପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି ।