ଦିଲ୍ଲୀ ଅଧ୍ୟାଦେଶ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍ | News Room Odisha

ଦିଲ୍ଲୀ ଅଧ୍ୟାଦେଶ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର (ଜୁଲାଇ ୧୦) କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଦିଲ୍ଲୀ ସରକାରଙ୍କ ଆବେଦନ ଉପରେ ଶୁଣାଣି କରିଛନ୍ତି। ଜାତୀୟ ରାଜଧାନୀରେ ସେବା ନିୟନ୍ତ୍ରଣ ନେଇ କେନ୍ଦ୍ର ଆଣିଥିବା ଅଧ୍ୟାଦେଶର ସାମ୍ବିଧାନିକ ବୈଧତାକୁ ଦିଲ୍ଲୀର ଆପ୍ ସରକାର ଚ୍ୟାଲେଞ୍ଜ କରିଛନ୍ତି। ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀରେ ଗ୍ରୁପ୍-ଏ ଅଧିକାରୀଙ୍କ ସ୍ଥାନାନ୍ତର ଏବଂ ପୋଷ୍ଟିଂ ପାଇଁ ଏକ ପ୍ରାଧିକରଣ ଗଠନ ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଜାରି କରିଥିଲେ।

ଏହି ଅଧ୍ୟାଦେଶ ଘୋଷଣା ହେବାର ଏକ ସପ୍ତାହ ପୂର୍ବରୁ ସୁପ୍ରିମକୋର୍ଟ ଜାତୀୟ ରାଜଧାନୀରେ ପୋଲିସ, ଆଇନ ଶୃଙ୍ଖଳା ଏବଂ ଜମି ବ୍ୟତୀତ ଅନ୍ୟ ସମସ୍ତ ସେବା ନିୟନ୍ତ୍ରଣ ଅଧିକାର ଦିଲ୍ଲୀ ସରକାରଙ୍କ ରହିଛି ବୋଲି ରାୟ ଦେଇଥିଲେ ।