ସୁପ୍ରିମକୋର୍ଟର ସାମ୍ବିଧାନିକ ପୀଠକୁ ଗଲା 'ଶିବସେନା ବନାମ ଶିବସେନା' ମାମଲା | News Room Odisha

ସୁପ୍ରିମକୋର୍ଟର ସାମ୍ବିଧାନିକ ପୀଠକୁ ଗଲା ‘ଶିବସେନା ବନାମ ଶିବସେନା’ ମାମଲା

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଚୌକି ହାତେଇ ଏକନାଥ ସିନ୍ଦେ ମହାରାଷ୍ଟ୍ର ରାଜନୀତିରେ ଜଣେ ଦକ୍ଷ ଖେଳାଳି ବୋଲି ନିଜକୁ ପ୍ରମାଣିତ କରିଛନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କର ଓ ଉଦ୍ଧବ ଠାକରେଙ୍କ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି । ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ ‘ଶିବସେନା ବନାମ ଶିବସେନା’ ମାମଲାକୁ ସମ୍ବିଧାନ ବେଞ୍ଚକୁ ପଠାଇ ଦେଇଛନ୍ତି। ଏବେ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ସମ୍ବିଧାନ ବେଞ୍ଚ ନିର୍ବାଚନ ଆୟୋଗଙ୍କ ଆଗରେ ନିର୍ବାଚନ ପ୍ରତୀକ ମାମଲାର ଶୁଣାଣି କରିବ। ଏହି ମାମଲାରେ ଗୁରୁବାର ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ନେବାକୁ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।