ମଧୁମିତା ଶୁକ୍ଳା ହତ୍ୟା ମାମଲା: ଅମରମଣି ତ୍ରିପାଠୀ-ପତ୍ନୀଙ୍କ ମୁକ୍ତି ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନାକଲେ | News Room Odisha

ମଧୁମିତା ଶୁକ୍ଳା ହତ୍ୟା ମାମଲା: ଅମରମଣି ତ୍ରିପାଠୀ-ପତ୍ନୀଙ୍କ ମୁକ୍ତି ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନାକଲେ

ନୂଆଦିଲ୍ଲୀ: କବୟିତ୍ରୀ ମଧୁମିତା ଶୁକ୍ଲା ହତ୍ୟା ମାମଲାରେ ସଜା କାଟୁଥିବା ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ଅମରମଣି ତ୍ରିପାଠୀ ଏବଂ ତାଙ୍କ ପତ୍ନୀ ମଧୁମଣି ଆଜି ଜେଲରୁ ମୁକୁଳିବେ‌ । ସୁପ୍ରିମକୋର୍ଟ ଉଭୟଙ୍କୁ ମୁକ୍ତ କରିବା ଉପରେ ରୋକ୍ ଲଗାଇବାକୁ ମନା କରିଛନ୍ତି । ଏହାଛଡ଼ା ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ଏହି ମାମଲାରେ ନୋଟିସ ଜାରି କରି ଜବାବ ମାଗିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୮ ସପ୍ତାହ ପରେ ହେବ।

କବୟିତ୍ରୀ ମଧୁମିତା ଶୁକ୍ଲାଙ୍କ ହତ୍ୟା ମାମଲାରେ ବାହୁବଳୀ ନେତା ଅମରମଣି ତ୍ରିପାଠୀ ଏବଂ ତାଙ୍କ ପତ୍ନୀଙ୍କୁ ଆଜୀବନ ଜେଲ୍ ହୋଇଥିଲା । ଉଭୟ ୧୬ ବର୍ଷ ସଜା କାଟି ସାରିଛନ୍ତି ଏବଂ ସମ୍ପ୍ରତି ଗୋରଖପୁର ଜେଲରେ ଅଛନ୍ତି ।

ଦିନକ ପୂର୍ବରୁ ୟୁପି ସରକାର ଅମରମଣି ତ୍ରିପାଠୀ ଏବଂ ତାଙ୍କ ପତ୍ନୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୟୁପି ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ କବି ମଧୁମିତା ଶୁକ୍ଲାଙ୍କ ଭଉଣୀ ନିଧି ଶୁକ୍ଲା ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ନିଧି ଶୁକ୍ଲାଙ୍କ ଆବେଦନ ଉପରେ ଶୁଣାଣି ଶୁକ୍ରବାର (ଅଗଷ୍ଟ ୨୫) ଜଷ୍ଟିସ ଅନିରୁଦ୍ଧ ବୋଷଙ୍କ ବେଞ୍ଚରେ ହୋଇଥିଲା। ନିଧିଙ୍କ ଓକିଲ କାମିନୀ ଜୈସୱାଲ କୋର୍ଟଙ୍କୁ କହିଥିଲେ ଯେ ଅମରମଣି ତ୍ରିପାଠୀଙ୍କ ମୁକ୍ତି ପାଇଁ ନିର୍ଦ୍ଦେଶ ଗୁରୁବାର ଜାରି କରାଯାଇଛି। ଏହି ଆଦେଶର ଭାଷା ଏପରି ଯେ ଯେପରିକି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଉଭୟଙ୍କୁ ମୁକ୍ତ କରାଯାଉଛି । ଯୁକ୍ତି ଶୁଣିବା ପରେ ଜଷ୍ଟିସ ଅନିରୁଦ୍ଧ ବୋଷ ୟୁପି ସରକାରଙ୍କୁ ନୋଟିସ ଜାରି ଜବାବ ମାଗିଛନ୍ତି । ଏହି ମାମଲାର ଶୁଣାଣି ସପ୍ତାହ ପର ତାରିଖ ଧାର୍ଯ୍ୟ କରିଛନ୍ତି ।

ପ୍ରାୟ ୨୦ ବର୍ଷ ପୂର୍ବେ ରାଜଧାନୀର ପେପର୍ ମିଲ୍ କଲୋନୀରେ ରହୁଥିବା କବୟିତ୍ରୀ ମଧୁମିତା ଶୁକ୍ଲାଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ କରିଥିଲା । ସିବିଆଇ ଏହାର ତଦନ୍ତ ରିପୋର୍ଟରେ ଅମରମଣି ଏବଂ ମଧୁମଣିଙ୍କୁ ଦୋଷୀ ସାବ୍ୟସ୍ତ କରି କୋର୍ଟରେ ଏ ଚାର୍ଜସିଟ୍ ଦାଖଲ କରିଥିଲା। ପରେ ଏହି ମାମଲାର ଶୁଣାଣି ଦେରାଦୁନ ସ୍ଥାନାନ୍ତର କରାଯାଇଥିଲା। ଗତ ୧୬ ବର୍ଷ ଧରି ଉଭୟ ଜେଲରେ ଅଛନ୍ତି। ଉଭୟଙ୍କ ବୟସ ଓ ଜେଲରେ ଭଲ ଆଚରଣ ଦୃଷ୍ଟିରୁ ୟୁପି ସରକାର ସେମାନଙ୍କ ଅବଶିଷ୍ଟ ଦଣ୍ଡ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ।