ବାଣ କଟକଣା ନେଇ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ | News Room Odisha

ବାଣ କଟକଣା ନେଇ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦୀପାବଳିରେ ଦିଲ୍ଲୀରେ ସମସ୍ତ ପ୍ରକାର ବାଣ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ନେଇ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି।

ଏହାଛଡ଼ା ସୁପ୍ରିମକୋର୍ଟ ମଧ୍ୟ ବାରିୟମ ବ୍ୟବହାର କରି ବାଣ ତିଆରି ଏବଂ ବ୍ୟବହାର କରିବା ପାଇଁ ଏକ ଆବେଦନକୁ ମଧ୍ୟ ଖାରଜ କରିଛନ୍ତି। କେନ୍ଦ୍ର ସରକାର ଏବଂ ବାଣ ନିର୍ମାତାମାନେ ଏହି ଶ୍ରେଣୀର ବାଣ ତିଆରି ଓ ବିକ୍ରୟ ପାଇଁ ଉଚ୍ଚତମ ନ୍ୟାୟାଳୟରୁ ଅନୁମତି ଲୋଡିଥିଲେ ।