ଓବିସି, ଇଡବ୍ଲ୍ୟୁଏସ୍ ସଂରକ୍ଷଣର ବୈଧତା ଉପରେ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ, ନିଟ୍-ପିଜି ପରୀକ୍ଷା କାଉନସେଲିଂ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ | News Room Odisha

ଓବିସି, ଇଡବ୍ଲ୍ୟୁଏସ୍ ସଂରକ୍ଷଣର ବୈଧତା ଉପରେ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ, ନିଟ୍-ପିଜି ପରୀକ୍ଷା କାଉନସେଲିଂ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୋମବାର ନିଟ୍-ପିଜି ପରୀକ୍ଷା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କେନ୍ଦ୍ରକୁ କହିଛନ୍ତି ଯେ ବର୍ତ୍ତମାନ ନିଟ୍-ପିଜିର କାଉନସେଲିଂ ହେବ ନାହିଁ। ଅଲ ଇଣ୍ଡିଆ କୋଟା ରେ ଓବିସି ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀ (ଇଡବ୍ଲ୍ୟୁଏସ୍) ସଂରକ୍ଷଣର ବୈଧତା ଉପରେ ନିଷ୍ପତ୍ତି ନିଆଯିବା ପର୍ଯ୍ୟନ୍ତ କୌଣସି କାଉନସେଲିଂ ହେବ ନାହିଁ ବୋଲି ସୁପ୍ରିମକୋର୍ଟ କେନ୍ଦ୍ରକୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବର ୨୪ ରୁ ଅକ୍ଟୋବର ୨୯ ପର୍ଯ୍ୟନ୍ତ ନିଟ୍-ପିଜି ପରୀକ୍ଷା ପାଇଁ କାଉନସେଲିଂ ସକାଶେ
ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଥିଲା। ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ନିଜ ଆଡୁ ହସ୍ତକ୍ଷେପ କରି କହିଛନ୍ତି ଯେ ଯେପର୍ଯ୍ୟନ୍ତ କୋର୍ଟ ଏହା ଉପରେ ନିଷ୍ପତ୍ତି ନ ନେବେ ସେ ପର୍ଯ୍ୟନ୍ତ କାଉନସେଲିଂ ହେବ ନାହିଁ।