ଆଜି ସୁପ୍ରିମକୋର୍ଟକୁ ମିଳିବ ପାଞ୍ଚ ନୂଆ ବିଚାରପତି | News Room Odisha

ଆଜି ସୁପ୍ରିମକୋର୍ଟକୁ ମିଳିବ ପାଞ୍ଚ ନୂଆ ବିଚାରପତି

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ପାଞ୍ଚଜଣ ନୂଆ ବିଚାରପତି ନିଯୁକ୍ତ ହେବେ । ଏଥିସହ ସର୍ବୋଚ୍ଚ ନ୍ୟାୟାଳୟରେ ମୋଟ ବିଚାରପତିଙ୍କ ସଂଖ୍ୟା ୩୨ ହୋଇଯିବ ଯାହା ସୁପ୍ରିମକୋର୍ଟର ପୂର୍ଣ୍ଣ କ୍ଷମତାରୁ ଦୁଇ କମ୍ | ସୋମବାର ରାଜସ୍ଥାନ, ପାଟନା ଏବଂ ମଣିପୁରର ହାଇକୋର୍ଟର ତିନିଜଣ ମୁଖ୍ୟ ବିଚାରପତି – ଜଷ୍ଟିସ ପଙ୍କଜ ମିତଲ, ଜଷ୍ଟିସ ସଞ୍ଜୟ କାରୋଲ ଏବଂ ପି.ଭି ସଞ୍ଜୟ କୁମାର ଅନ୍ୟ ଦୁଇଜଣ ବରିଷ୍ଠ ବିଚାରପତିଙ୍କ ସହ ଶପଥ ଗ୍ରହଣ କରିବେ। ପାଟନା ହାଇକୋର୍ଟର ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲା ଏବଂ ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ ମନୋଜ ମିଶ୍ରା ସର୍ବୋଚ୍ଚ ନ୍ୟାୟାଳୟ ବିଚାରପତି ଭାବେ ପଦୋନ୍ନତି ପାଇବେ । ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ ଏହି ପାଞ୍ଚ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇବେ। ଶପଥଗ୍ରହଣ ଉତ୍ସବ କୋର୍ଟର ନୂଆ ଭବନର ଅଡିଟୋରିୟମରେ ଅନୁଷ୍ଠିତ ହେବ।