ଆସନ୍ତା ସପ୍ତାହରେ ହିଜାବ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ | News Room Odisha

ଆସନ୍ତା ସପ୍ତାହରେ ହିଜାବ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରେ କର୍ଣ୍ଣାଟକ ହିଜାବ ମାମଲାର ଶୁଣାଣି କରିବେ । ଏହି ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିବା କୋର୍ଟ କହିଛନ୍ତି।

ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ଉପରେ କର୍ଣ୍ଣାଟକ ହାଇକୋର୍ଟ ରୋକ୍ ଲଗାଇଥିଲେ। ହାଇକୋର୍ଟଙ୍କ ନିଷ୍ପତ୍ତିକୁ କିଛି ମୁସଲିମ ଛାତ୍ରଛାତ୍ରୀ ଓ ସଂଗଠନ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ ନେତୃତ୍ବରେ ବୁଧବାର ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ କହିଛନ୍ତି ଯେ ଆସନ୍ତା ସପ୍ତାହରେ ଆମେ ଏହି ମାମଲା ତାଲିକାଭୁକ୍ତ କରିବୁ।

ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ତୁରନ୍ତ ଏହି ଆବେଦନ ଶୁଣାଣି କରିବାକୁ ଦାବି କରିଛନ୍ତି।

କର୍ଣ୍ଣାଟକ ହାଇକୋର୍ଟ ତାଙ୍କ ରାୟରେ କହିଥିଲେ ଯେ ଶ୍ରେଣୀଗୃହରେ ହିଜାବ ପିନ୍ଧିବା ପାଇଁ ଅନୁମତି ଦେବା ମୁସଲିମ ମହିଳାମାନଙ୍କ ମୁକ୍ତିରେ ପ୍ରତିବନ୍ଧକ ସୃଷ୍ଟି କରିବ ଏବଂ ଏହା ମଧ୍ୟ ସମ୍ବିଧାନର ‘ସକରାତ୍ମକ ଧର୍ମନିରପେକ୍ଷତା’ର ଭାବନା ​​ବିରୁଦ୍ଧ ହେବ।

ଏହାପୂର୍ବରୁ କର୍ଣ୍ଣାଟକ ହାଇକୋର୍ଟ କହିଥିଲେ ଯେ ଇସଲାମ ଅନୁଯାୟୀ ହିଜାବ ବାଧ୍ୟତାମୂଳକ ନୁହେଁ।

କର୍ଣ୍ଣାଟକର ଉଡୁପି ସ୍ଥିତ ଏକ କଲେଜରେ କିଛି ମୁସଲିମ ଛାତ୍ରୀ ହିଜାବ ପିନ୍ଧି ଆସିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହାପରେ ଏହି ବିବାଦ କର୍ଣ୍ଣାଟକର ଅନ୍ୟ ଶିକ୍ଷାନୁଷ୍ଠାନକୁ ବ୍ୟାପି ଯାଇଥିଲା ।