ଲୋକସଭାରୁ ବହିଷ୍କାର ବିରୋଧରେ ମହୁଆ ମୈତ୍ରଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି | News Room Odisha

ଲୋକସଭାରୁ ବହିଷ୍କାର ବିରୋଧରେ ମହୁଆ ମୈତ୍ରଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଲୋକସଭାରୁ ବହିଷ୍କାର ବିରୋଧରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି ଶୁଣାଣି କରିବେ । ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଏସ ଭି ଏନ ଭଟ୍ଟିଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ ।

ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଏଥିକ୍ସ କମିଟି ରିପୋର୍ଟ ଆଧାରରେ ମହୁଆ ମୈତ୍ରଙ୍କୁ ଗତ ଶୁକ୍ରବାର ଲୋକସଭାରୁ ବହିଷ୍କୃତ କରାଯାଇଥିଲା । ମହୁଆ ପଶ୍ଚିମବଙ୍ଗର କୃଷ୍ଣନଗର ନିର୍ବାଚନମଣ୍ଡଳୀରୁ ପ୍ରଥମ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ କହିବା ମୁତାବକ ମୈତ୍ର ସଂସଦରେ ଆଦାନୀ ଗ୍ରୁପ୍ ସମ୍ପର୍କରେ ଅନେକ ପ୍ରଶ୍ନ ପଚାରିଥିଲେ । ଏଥିପାଇଁ ହିରାନନ୍ଦାନୀଙ୍କ ଠାରୁ ମୈତ୍ର ଅର୍ଥ ସହ ଦାମୀ ଉପହାର ପାଇଥିଲେ ବୋଲି ଅଭିଯୋଗ ହୋଇଥିଲା।