ସୁପ୍ରିମକୋର୍ଟରେ ଏମସିଡି ମେୟର ନିର୍ବାଚନ ମାମଲା, ଫେବୃଆରୀ ୩ରେ ଶୁଣାଣି  | News Room Odisha

ସୁପ୍ରିମକୋର୍ଟରେ ଏମସିଡି ମେୟର ନିର୍ବାଚନ ମାମଲା, ଫେବୃଆରୀ ୩ରେ ଶୁଣାଣି 

ନୂଆଦିଲ୍ଲୀ: ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ(ଏମସିଡି)ର ମେୟର ପଦ ପାଇଁ ନିର୍ବାଚନରେ ​​ବିଳମ୍ବ ନେଇ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ଶୈଳୀ ଓବରୟ ସୁପ୍ରିମକୋର୍ଟ ଯାଇଛନ୍ତି । ତାଙ୍କ ପିଟିସନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି।

ସୂଚନା ଅନୁଯାୟୀ ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ଫେବୃଆରୀ ୩ରେ ଏହି ମାମଲାକୁ ତାଲିକାଭୁକ୍ତ ହେବ ବୋଲି କହିଛନ୍ତି ।

ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନର ମେୟର ପଦ ପାଇଁ ନିର୍ବାଚନ ଚଳିତ ମାସ ମଙ୍ଗଳବାର ଦ୍ୱିତୀୟ ଥର ପାଇଁ ସ୍ଥଗିତ ରହିଥିଲା ।

ମଙ୍ଗଳବାର କିଛି କର୍ପୋରେଟରଙ୍କ ହୋହଲ୍ଲା ପରେ ଉପରାଜ୍ୟପାଳଙ୍କ ଦ୍ବାରା ନିଯୁକ୍ତ ମ୍ୟୁନିସିପାଲିଟି କର୍ପୋରେସନର ପ୍ରିଜାଇଡିଂ ଅଫିସର ଏମସିଡି କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଥିଲେ ।