ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁରବାବାଙ୍କ ପରଲୋକ | News Room Odisha

ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁରବାବାଙ୍କ ପରଲୋକ

ଭୁବନେଶ୍ୱର- ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ବିବାଦୀୟ ସୁର ବାବା ଓରଫ ସୁରେନ୍ଦ୍ରନାଥ ମିଶ୍ରଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ୱର ଉପକଂଠ ଝିଂଟି ଶାସନରରେ ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠା କରିଥିଲେ ସୁର ବାବା । ଅସୁସ୍ଥତା ଯୋଗୁଁ କିଛି ଦିନ ହେଲା ରାଜଧାନୀର ଏକ ଘରୋଇ ହସପିଟାଲରେ ସେ ଚିକିତ୍ସିତ ହେଉଥିଲେ । ନିଜ ଆଶ୍ରମରେ ପୋଥି ଦେଖି ଭାଗ୍ୟ ଭବିଷ୍ୟତକ କହି ସେ ଲୋକପ୍ରିୟ ହୋଇପାରିଥିଲେ । ତାଙ୍କ ଆଶ୍ରମକୁ ରାଜ୍ୟର ପ୍ରତିଷ୍ଠିତ ବ୍ୟକ୍ତିଙ୍କର ନିୟମିତ ଯିବାଆସିବା ବି ଥିଲା । ଆଶ୍ରମରେ କେଳେଙ୍କାରୀ ଓ ଜମିଜମା ବିବାଦ ନେଇ ୨୦୧୫ରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କର ଦୁଇ ପୁଅ ମଧ୍ୟ ଗିରଫ ହୋଇଥିଲେ ।

Sura BabaSura Baba Of Trahi Achyta Ashram No More