ସୁଶାନ୍ତ ରାଜପୁତ ମୃତ୍ୟୁ ମାମଲା : ରିୟାଙ୍କୁ ଜେରା ଆରମ୍ଭ କଲା ସିବିଆଇ | News Room Odisha

ସୁଶାନ୍ତ ରାଜପୁତ ମୃତ୍ୟୁ ମାମଲା : ରିୟାଙ୍କୁ ଜେରା ଆରମ୍ଭ କଲା ସିବିଆଇ

ମୁମ୍ବାଇ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତୀଙ୍କୁ ସିବିଆଇ ପଚରାଉଚୁରା ଆରମ୍ଭ କରିଛିି । ରିୟାଙ୍କୁ ଜେରା ପାଇଁ ସମନ ଜାରି କରିଥିଲା ସିବିଆଇ । ମୁମ୍ବାଇର ଡିଆରଡିଓ ଗେଷ୍ଟ ହାଉସ ହାଜର ହୋଇଛନ୍ତି ରିୟା । ସେଠାରେ ତାଙ୍କୁ ସିବିଆଇ ଜେରା କରୁଛି ।

ପୂର୍ବରୁ ଗତକାଲି ନିଜ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଉପରେ ନୀରବତା ଭଂଗ କରିଥିଲେ ରିୟା । ବିଭିନ୍ନ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସୁଶାନ୍ତଙ୍କ ବାପା ଓ ଭଉଣୀ ଆଣିଥିବା ସବୁ ଅଭିଯୋଗ ମିଛ ବୋଲି କହିଥିଲେ ରିୟା । ସୁଶାନ୍ତ, ତାଙ୍କ ବାପାଙ୍କ ସହ ଘନିଷ୍ଠ ନ ଥିଲେ ବୋଲି ରିୟା ଅଭିଯୋଗ କରିଥିଲେ ।

Bollywood Actor Sushant Singh Rajput caseCBI