ସଂସଦ ଭବନ ପରିସରରେ ରାତିସାର ଧାରଣାରେ ବସିଲେ ରାଜ୍ୟସଭାରୁ ନିଲମ୍ବିତ ସାଂସଦ, ଉପାଧ୍ୟକ୍ଷ ହରିବଂଶଙ୍କ ଚା’କୁ ପ୍ରତ୍ୟାଖ୍ୟାନ | News Room Odisha

ସଂସଦ ଭବନ ପରିସରରେ ରାତିସାର ଧାରଣାରେ ବସିଲେ ରାଜ୍ୟସଭାରୁ ନିଲମ୍ବିତ ସାଂସଦ, ଉପାଧ୍ୟକ୍ଷ ହରିବଂଶଙ୍କ ଚା’କୁ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ – ରାଜ୍ୟସଭାରେ କୃଷି ବିଲ୍ ଉପରେ ଆଲୋଚନା ବେଳେ ବିଶୃଙ୍ଖଳିତ ଆଚରଣ କରି ଗୃହରୁ ୭ ଦିନ ପାଇଁ ନିଲମ୍ବିତ ହୋଇଥିବା ୮ ସଦସ୍ୟ ରାତିସାରା ଧାରଣା ଦେଇଛନ୍ତି । ସଂସଦ ଭବନ ପରିସରରେ ନିଲମ୍ବିତ ସଦସ୍ୟମାନେ ଧାରଣାରେ ବସିଥିଲେ । ସକାଳେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ପ୍ରସାଦ ଧାରଣାରତ ସାଂସଦଙ୍କ ପାଇଁ ଚା’ ନେଇ ପହଂଚିଥିଲେ । କିନ୍ତୁ ସେମାନେ ଚା’ ପିଇବାକୁ ମନା କରିଥିଲେ । ନିଲମ୍ବନ ବିରୋଧରେ ସାଂସଦମାନଙ୍କ ପ୍ରତିବାଦ ଜାରି ରହିଛି । କୃଷି ବିଲ୍ ଓ ୮ ସାଂସଦଙ୍କ ନିଲମ୍ବନ ବିରୋଧରେ ଆଜି ବି ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇପାରେ ।

ଗତ ରବିବାର ଦିନ ରାଜ୍ୟସଭାରେ କୃଷି ବିଲ୍ ସଂପର୍କିତ ଆଲୋଚନା ବେଳେ ବିରୋଧୀ ଦଳ ସଦସ୍ୟମାନେ ଗୃହରେ ଅଧ୍ୟକ୍ଷତା କରୁଥିବା ଉପାଧ୍ୟକ୍ଷ ହରିବଂଶ ପ୍ରସାଦଙ୍କ ପାଖକୁ ଯାଇ ମାଇକ ଛଡାଇବା ସହ କାଗଜପତ୍ର ଚିରିଥିଲେ । ଏଭଳି ଆଚରଣ ଯୋଗୁଁ ରାଜ୍ୟସଭା ଅଧ୍ୟକ୍ଷ ଏମ. ଭେଙ୍କୟାନାଇଡୁ ୮ ସଦସ୍ୟଙ୍କୁ ଗୃହରୁ ୭ ଦିନ ପାଇଁ ନିଲମ୍ବିତ କରିଥିଲେ । ଉପାଧ୍ୟକ୍ଷ ହରିବଂଶଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ବି ସେ ଖାରଜ କରିଦେଇଥିଲେ ।