କୋରୋନା ପାଇଁ ଚଳିତବର୍ଷ କମିଲା ୩୦ ପ୍ରତିଶତ ସିଲାବସ୍ | News Room Odisha

କୋରୋନା ପାଇଁ ଚଳିତବର୍ଷ କମିଲା ୩୦ ପ୍ରତିଶତ ସିଲାବସ୍

ଭୁବନେଶ୍ୱର : କୋରୋନା ପାଇଁ ଏ ବର୍ଷ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ କମିଲା ୩୦ ପ୍ରତିଶତ ସିଲାବସ୍ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି ।

ସଂଶୋଧିତ ସିଲାବସ୍ ଏସଇଆରଟି, ବିଏସଇ ଓ ସିଏଚଏସଇ ୱେବସାଇଟରେ ଉପଲବ୍ଧ ହେବ । କେଉଁ କେଉଁ ବିଷୟ କମାଯାଇଛି, ସେ ସଂପର୍କରେ ସୂଚନା ମିଳିପାରିବ । ବିଭାଗୀୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, କେବଳ ଚଳିତବର୍ଷ ପାଇଁ ହିଁ ସିଲାବସ କମାଯାଇଛି ।