ଲାଞ୍ଚ ନେଉଥିବାବେଳେ ଖୋର୍ଦ୍ଧା ବେଗୁନିଆ ତହସିଲଦାରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ | News Room Odisha

ଲାଞ୍ଚ ନେଉଥିବାବେଳେ ଖୋର୍ଦ୍ଧା ବେଗୁନିଆ ତହସିଲଦାରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ଭୁବନେଶ୍ୱର – ଲାଞ୍ଚ ନେବାବେଳେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ତାଙ୍କ ନିକଟରୁ ନଗଦ ୪୫ହଜାର ଟଙ୍କାର ଲାଂଚ ଟଙ୍କା ଜବତ କରାଯାଇଛି । ତାଙ୍କ ନାଁରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।

ଭୁବନେଶ୍ୱରର କଳିଙ୍ଗ ବିହାରସ୍ଥିତ ନିଜ ବାସଭବନ ଆଗରେ ବେଗୁନିଆ ତହସିଲଦାର ତଥା ସବରେଜିଷ୍ଟ୍ରାର ମଣ୍ଡଳ ୪୫ହଜାର ଟଙ୍କା ଲାଂଚ ନେଉଥିବା ବେଳ ଭିଜିଲାନ୍ସ ତାଙ୍କୁ ଧରିଥିଲା । କେମିକାଲରେ ତାଙ୍କ ହାତ ଧୂଆ ଯାଇ ସେ ଲାଂଚ ଟଙ୍କା ଧରିଥିବାର ପ୍ରମାଣ ମିଳିଛି । ଜଣେ ଅଭିଯୋଗକାରୀଙ୍କ ସୂଚନା ଆଧାରରେ ଭିଜିଲାନ୍ସ ତାଙ୍କୁ ଧରିବା ପାଇଁ ଜାଲ ବିଛାଇ ସଫଳ ହୋଇଛି । ମଣ୍ଡଳଙ୍କ ନିଜ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି ।