ମନ୍ତ୍ରୀଙ୍କ ଗିରଫଦାରୀ ପରେ ତାମିଲନାଡୁ ସରକାରଙ୍କ ବଡ଼ ନିଷ୍ପତ୍ତି, ସିବିଆଇ ପାଇଁ ସାଧାରଣ ସହମତି ପ୍ରତ୍ୟାହୃତ | News Room Odisha

ମନ୍ତ୍ରୀଙ୍କ ଗିରଫଦାରୀ ପରେ ତାମିଲନାଡୁ ସରକାରଙ୍କ ବଡ଼ ନିଷ୍ପତ୍ତି, ସିବିଆଇ ପାଇଁ ସାଧାରଣ ସହମତି ପ୍ରତ୍ୟାହୃତ

ଚେନ୍ନାଇ: ତାମିଲନାଡୁର ଶକ୍ତି ଓ ଅବକାରୀ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କୁ ଇଡି ଗିରଫ କରିବା ପରେ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ତାମିଲନାଡୁ ସରକାର ସିବିଆଇ ପାଇଁ ସାଧାରଣ ସହମତି ପ୍ରତ୍ୟାହାର କରିନେଇଛନ୍ତି। ଏଣିକି ତାମିଲନାଡୁରେ କୌଣସି ମାମଲାର ତଦନ୍ତ ପାଇଁ ସିବିଆଇକୁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିବ ।

ତାମିଲନାଡୁରେ ତଦନ୍ତ କରିବା ପାଇଁ କେନ୍ଦ୍ରୀୟ ଏଜେନ୍ସିକୁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିବ । ଏହାପୂର୍ବରୁ ପଶ୍ଚିମବଙ୍ଗ, ଛତିଶଗଡ, ତେଲେଙ୍ଗାନା, ପଞ୍ଜାବ ଏବଂ ରାଜସ୍ଥାନ ସମେତ ୯ଟି ରାଜ୍ୟ ମଧ୍ୟ ଏଭଳି ନିଷ୍ପତ୍ତି ନେଇସାରିଛନ୍ତି।

ଏଆଇଏଡିଏମକେ ସରକାରରେ ମନ୍ତ୍ରୀ ଥିବା ବେଳେ ପରିବହନ ବିଭାଗରେ ନିଯୁକ୍ତି ଦୁର୍ନୀତି ମାମଲାରେ ସେନ୍ଥିଲ ବାଲାଜୀଙ୍କୁ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା ।

ରାଜ୍ୟର ଶକ୍ତିମନ୍ତ୍ରୀଙ୍କ ବିରୋଧରେ ଇଡି ଆକ୍ସନ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରକୁ ସମାଲୋଚନା କରିଛନ୍ତି । ବିଜେପି ଆକ୍ରୋଶମୂଳକ ରାଜନୀତି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ତାମିଲନାଡ଼ୁ ଶକ୍ତିମନ୍ତ୍ରୀଙ୍କ ଉପରେ ଇଡି କାର୍ଯ୍ୟାନୁଷ୍ଠାନକୁ ଅରବିନ୍ଦ କେଜ୍ରିୱାଲ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନିନ୍ଦା କରିଛନ୍ତିି।