ବିଶ୍ୱକପ ପାଇଁ ଉନ୍ମୋଚିତ ହେଲା ଟିମ୍ ଇଣ୍ଡିଆ ଜର୍ସି | News Room Odisha

ବିଶ୍ୱକପ ପାଇଁ ଉନ୍ମୋଚିତ ହେଲା ଟିମ୍ ଇଣ୍ଡିଆ ଜର୍ସି

ନୂଆଦିଲ୍ଲୀ: ଆଗାମୀ ଦିନିକିଆ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚିତ ହୋଇଛି । କିଟ୍ ସ୍ପନସର ଆଡିଡାସ୍ ଦ୍ବାରା ତିଆରି ଏହି ଜର୍ସିର କାନ୍ଧ ଅଞ୍ଚଳରେ ତ୍ରିରଙ୍ଗା ରଙ୍ଗ ରହିଛି |
ଏହି ବର୍ଷ ଜୁନ୍ ମାସରେ ଆଡିଡାସ୍ ଭାରତର ଜର୍ସି ପ୍ରାୟୋଜକ ହୋଇଥିଲା | ସେତେବେଳେ ଜାରି ହୋଇଥିବା ଟିମ୍ ଇଣ୍ଡିଆର ଜର୍ସି କାନ୍ଧରେ ୩ଟି ଧଳା ରଙ୍ଗର ରେଖା ଥିଲା | ସେହି ରେଖାଗୁଡ଼ିକ ସ୍ଥାନରେ ବର୍ତ୍ତମାନ ତ୍ରିରଙ୍ଗା ରଙ୍ଗ ରହିଛି, ଅର୍ଥାତ୍ ଉପରେ ଗେରୁଆ, ମଝିରେ ଧଳା ଏବଂ ତଳ ଭାଗରେ ସବୁଜ ରଙ୍ଗର ରେଖା ଦେଖିବାକୁ ମିଳୁଛି | ବିସିସିଆଇ ଥିମ୍ ଗୀତ ‘୩କା ଡ୍ରିମ୍ ହୈ ଅପନା’ ସହିତ ଭାରତୀୟ ଦଳର ଜର୍ସି ଲଞ୍ଚ ରିଛି।

ଅକ୍ଟୋବର ୫ରୁ ଭାରତରେ ଆରମ୍ଭ ହେବାକୁ ଥିବା ଦିନିକିଆ ବିଶ୍ୱକପ ପାଇଁ ଆଇସିସି ମଧ୍ୟ ଆଜି ବିଶ୍ୱକପ୍ ର ଅଫିସିଆଲ୍ ସଂଗୀତ ରିଲିଜ କରିଛି | ଏହି ଥିମ୍ ଗୀତରେ ରୋହିତ, କୋହଲି ଏବଂ ହାର୍ଦ୍ଦିକଙ୍କୁ ମଧ୍ୟ ଦେଖିବାକୁ ମିଳୁଛି।
ବିସିସିଆଇ ବୁଧବାର ୨ ମିନିଟ୍ ୨୧ ସେକେଣ୍ଡର ଏହି ଥିମ୍ ସଂଗୀତ ଲଞ୍ଚ କରିଛି | ଏହି ଗୀତ ଶୀର୍ଷକ ହେଉଛି ‘ଇମ୍ପସିବଲ ନହି ହୈ ୟେ ସପନା, ୩ କା ଡ୍ରିମ୍ ହୈ ଅପନା’ । ଅର୍ଥାତ ତୃତୀୟ ଥର ପାଇଁ ଦିନିକିଆ ବିଶ୍ୱକପ ଜିତିବାର ଭାରତର ସ୍ୱପ୍ନ ଏହି ଗୀତରେ ଦର୍ଶାଯାଇଛି | ଟିମ୍ ଇଣ୍ଡିଆ ଏଯାବତ ଦୁଇଥର (୧୯୮୩, ୨୦୧୧) ବିଶ୍ୱକପ୍ ଜିତିଛି |

ଏହି ଗୀତରେ ଭାରତୀୟ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ଶୁଭମାନ ଗିଲ, ଶାର୍ଦ୍ଦୁଲ ଠାକୁର, ରବିନ୍ଦ୍ର ଜାଡେଜା ଏବଂ ମହମ୍ମଦ ସିରାଜ ନଜର ଆସୁଛନ୍ତି।