'ବିଜେପିର ହେଟ୍ ସ୍ପିଚ୍ ପାଇଁ ଭାରତ କାହିଁକି କ୍ଷମା ମାଗିବ?' | News Room Odisha

‘ବିଜେପିର ହେଟ୍ ସ୍ପିଚ୍ ପାଇଁ ଭାରତ କାହିଁକି କ୍ଷମା ମାଗିବ?’

ନୂଆଦିଲ୍ଲୀ: ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ବିଜେପି ମୁଖପାତ୍ରଙ୍କ ବିବାଦୀୟ ମନ୍ତବ୍ୟ ପରେ ଆରବ ରାଷ୍ଟ୍ର ଗୁଡ଼ିକରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଥିପାଇଁ ଭାରତ ସରକାର କ୍ଷମା ମାଗନ୍ତୁ ବୋଲି ସେମାନେ ଦାବି କରିଛନ୍ତି । ଏନେଇ ତେଲେଙ୍ଗାନା ମନ୍ତ୍ରୀ କେଟି ରାମା ରାଓ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। କେଟିଆର୍ ଭାବେ ପରିଚିତ ତେଲେଙ୍ଗାନାର ଏହି ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରିଛନ୍ତି ଯେ, ବିଜେପି ଧର୍ମାନ୍ଧ ନେତାମାନଙ୍କ ହେଟ୍ ସ୍ପିଚ୍ ପାଇଁ ଭାରତ କାହିଁକି ଅନ୍ତର୍ଜାତୀୟ ସମୁଦାୟକୁ କ୍ଷମା ପ୍ରାର୍ଥନା କରିବ ?

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆକ୍ରମଣ କରି କେଟିଆର୍ ଟ୍ବିଟ୍ କରି କହିଛନ୍ତି, ଏକ ଦେଶ ଭାବେ ଭାରତ କାହିଁକି କାହାକୁ କ୍ଷମା ମାଗିବ ? ବରଂ ବିଜେପି ଭାରତୀୟଙ୍କୁ କ୍ଷମା ମାଗିବା
ଉଚିତ୍।”

ଉଲ୍ଲେଖଯୋଗ୍ୟ, ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ନେଇ ଆରବ ରାଷ୍ଟ୍ରଙ୍କ ଆପତ୍ତି ପରେ କୂଟନୈତିକ ଚାପରେ ବିଜେପି ଏହାର ଜାତୀୟ ମୁଖପାତ୍ର ନୁପୂର ଶର୍ମାଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ୬ ବର୍ଷ ପାଇଁ ନିଲମ୍ବିତ କରିଥିଲା । ଏହା ଛଡ଼ା ଦଳର ଦିଲ୍ଲୀ ଶାଖାର ଗଣମାଧ୍ୟମ ମୁଖ୍ୟ ନବୀନ କୁମାର ଜିନ୍ଦଲଙ୍କୁ ମଧ୍ୟ ଦଳରୁ ବହିଷ୍କୃତ କରାଯାଇଥିଲା । ମେ ୨୭ରେ ଜ୍ଞାନବାପି ମସଜିଦ ମାମଲାରେ ଏକ ଘରୋଇ ଚ୍ୟାନେଲର ବିତର୍କରେ ଭାଗ ନେଇ ନୁପୂର ଶର୍ମା ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ।