ଏସଆରସିଙ୍କ ସୂଚନା: ରାଜ୍ୟରେ ବନ୍ୟା ସ୍ଥିତିରେ ହେଉଛି ସୁଧାର, ୧୦ ଜିଲ୍ଲାର ୫୪ ବ୍ଲକ କ୍ଷତିଗ୍ରସ୍ତ | News Room Odisha

ଏସଆରସିଙ୍କ ସୂଚନା: ରାଜ୍ୟରେ ବନ୍ୟା ସ୍ଥିତିରେ ହେଉଛି ସୁଧାର, ୧୦ ଜିଲ୍ଲାର ୫୪ ବ୍ଲକ କ୍ଷତିଗ୍ରସ୍ତ

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ସ୍ଥିତିରେ ଧୀରେ ଧୀରେ ଉନ୍ନତି ହେଉଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି । ରାଜ୍ୟର ୧୦ଟି ଜିଲ୍ଲାର ୫୪ ବ୍ଲକର ୧ ହଜାର ୨୭୬ ଗାଁ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି । ୫୫୨ ଗାଁର ୩ ଲକ୍ଷ ୮୩ ହଜାର ୪୬ ଲୋକ ପାଣି ଘେରରେ ଅଛନ୍ତି । ୨ ହଜାର ୭୫୭ଟି ଘର ମଧ୍ୟରୁ ୨୭୮ ଘର ସଂପୂ ଣ୍ଣ ର୍ କ୍ଷତିଗ୍ରସ୍ତ ହୋଇଥିବା ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

୧୮ ହଜାର ୫୩୪ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବନ୍ୟା ପ୍ରଭାବିତ ଲୋକଙ୍କୁ ୧୦୬ଟି ଆଶ୍ରୟସ୍ଥଳୀରେ ରଖାଯାଇଛି । ବନ୍ୟାରେ ୫ଟି ସହରାଚଂଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଏସଆରସି ସୂଚନା ଦେଇଛନ୍ତି । ବନ୍ୟାରେ ୧ ଲକ୍ଷ ୫ ହଜାର ୮୮୧ଟି ପ୍ରାଣୀ ସଂପଦ କ୍ଷତିଗ୍ରସ୍ତ ହୋଇଛନ୍ତି ।

Flood in OdishaSRC