ଚଳଚ୍ଚିତ୍ର ନିର୍ମାତା ତୋଫାନ ତ୍ରିପାଠୀଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ | News Room Odisha

ଚଳଚ୍ଚିତ୍ର ନିର୍ମାତା ତୋଫାନ ତ୍ରିପାଠୀଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର –ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ତୋଫାନ ତ୍ରିପାଠୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତୋଫାନ ତ୍ରିପାଠୀଙ୍କ ଦେହାନ୍ତ ବିଷୟରେ ଜାଣି ସେ ଦୁଖିତ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକ ବାର୍ତାରେ କହିଛନ୍ତି । ସ୍ୱର୍ଗତଃ ତ୍ରିପାଠୀ ସାଧନା, ଅଶାନ୍ତ ଗ୍ରହ ଭଳି ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ସେ ଛାଡିଯାଇଥିବା ଛାପ ତାଙ୍କୁ ସର୍ବଦା ସ୍ମରଣୀୟ ରଖିବ ବୋଲି ନବୀନ କହିବା ସହ ତାଙ୍କ ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ସୂଚନା ଯୋଗ୍ୟ ଯେ, ତୋଫାନ ତ୍ରିପାଠୀଙ୍କର ୯୨ ବର୍ଷ ବୟସରେ ସମ୍ବଲପୁର ସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ସେ ବାର୍ଧକ୍ୟନିତ ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘଦିନ ହେବ ଶଯ୍ୟାଶାୟୀ ଥିଲେ । ସେ ଥିଲେ ପଶ୍ଚିମ ଓଡିଶାର ପ୍ରଥମ ଚଳଚ୍ଚିତ୍ର ପ୍ରଯୋଜକ ।