କୃଷି ଆଇନରେ ପରିବର୍ତ୍ତନ ପାଇଁ କେନ୍ଦ୍ରର ସଙ୍କେତ, ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଅଟଳ ଚାଷୀ | News Room Odisha

କୃଷି ଆଇନରେ ପରିବର୍ତ୍ତନ ପାଇଁ କେନ୍ଦ୍ରର ସଙ୍କେତ, ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଅଟଳ ଚାଷୀ

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ପରିପ୍ରେକ୍ଷୀରେ ସରକାର ତିନୋଟି କୃଷି ଆଇନରେ କିଛି ପରିବର୍ତ୍ତନ କରିବାକୁ ସଙ୍କେତ ଦେଇଛନ୍ତି । କୃଷକ ସଂଗଠନଙ୍କ ସହ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପରେ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ( ଏମଏସପି) ଉପରେ ଖୋଲା ମନ ସହ ବିଚାର କରିବେ ବୋଲି ମଧ୍ୟ କହିଛନ୍ତି। ତେବେ କୃଷକ ନେତାମାନେ ଆଇନରେ ପରିବର୍ତ୍ତନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ ଅଡ଼ି

ବସିଛନ୍ତି । ପରବର୍ତ୍ତୀ ବୈଠକ ଡିସେମ୍ବର ୫ରେ ଅନୁଷ୍ଠିତ ହେବ।

ନଅ ଦିନ ଧରି ରାଜଧାନୀ ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନକୁ ଶେଷ କରିବା ପାଇଁ ସରକାର ଗୋଟିଏ ପାଦ ପଛକୁ ହଟିଛନ୍ତି । ଗୁରୁବାର ଅନୁଷ୍ଠିତ କୃଷକ ସଂଗଠନଙ୍କ ସହ ବୈଠକରେ ସରକାର ତିନୋଟି ବିବାଦୀୟ କୃଷି ଆଇନରେ କିଛି ପରିବର୍ତ୍ତନ ଉପରେ ବିଚାର କରାଯିବ ବୋଲି କହିଥିଲେ। ଏପିଏମସି ଆଇନ ଅନୁଯାୟୀ ସରକାର ମଣ୍ଡି ଗୁଡ଼ିକୁ ଆହୁରି ସଶକ୍ତ କରିବାକୁ ପ୍ରସ୍ତୁତ ଅଛନ୍ତି। କୃଷକଙ୍କ ଦାବି ହେଉଛି କୃଷକ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ଏସଡିଏମ କୋର୍ଟ ପରିବର୍ତ୍ତେ ସିଭିଲ କୋର୍ଟରେ ସମାଧାନ ହେବା ଉଚିତ। ଏ ସମ୍ବନ୍ଧୀୟ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ପାଇଁ ସରକାର ପ୍ରସ୍ତୁତ ଥିବା ଜଣାପଡିଛି।