ଭୁବନେଶ୍ୱର : ଗଂଜାମ ଜିଲ୍ଲାର ହିଂଜିଳିକାଟୁରେ କୋଭିଡ-୧୯ ପରିଚାଳନା ଉପରେ ନିର୍ମିତ ସର୍ଟ ଫିଲ୍ମ ‘ଅଭିଳାଷ’ର ନିର୍ମାତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି ।
ବେଙ୍ଗଲ ଲକଡାଉନ୍ ଅନଲାଇନ୍ ଫିଲ୍ମ ଫେଷ୍ଟିଭଲରେ ଅଭିଳାଷ ସାମାଜିକ ବାର୍ତା ବହନ କରୁଥିବା ଶ୍ରେଷ୍ଠ ଫିଲ୍ମ ଭାବେ ପୁରସ୍କାର ହାସଲ କରିଥିଲା । ପ୍ରଶାସନ ଓ ଜନତା କେମିତି ମିଳିତ ଭାବେ ମହାମାରୀର ମୁକାବିଲା ପାଇଁ ଆଗେଇ ଆସିଛନ୍ତି, ତାହା ଏହି ସର୍ଟ ଫିଲ୍ମରେ ଦେଖାଯାଇଛି ।