ହସପିଟାଲରେ ଭର୍ତି ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ, କୋରୋନା ଯୋଗୁଁ ଥିଲେ ହୋମ ଆଇସୋଲେସନରେ | News Room Odisha

ହସପିଟାଲରେ ଭର୍ତି ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ, କୋରୋନା ଯୋଗୁଁ ଥିଲେ ହୋମ ଆଇସୋଲେସନରେ

ନୂଆଦିଲ୍ଲୀ – ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ କୋରୋନା । ଜ୍ୱର ଓ ଅକ୍ସିଜେନ ସ୍ତର ହ୍ରାସ ହେବାରୁ ତାଙ୍କୁ ବୁଧବାର ହସପିଟାଲରେ ଭର୍ତି କରାଯାଇଛି । ଏହିମାସ ୧୪ ତାରିଖରେ ସେ କୋରୋନା ପଜିଟିଭ ଥିବା ନେଇ ରିପୋର୍ଟ ଆସିଥିଲା । ସେହିଦିନଠାରୁ ହୋମ ଆଇସୋଲେସନରେ ଥିଲେ ୪୮ ବର୍ଷିୟ ସିସୋଦିଆ । ଆମ ଆଦମୀ ପାର୍ଟି ସରକାରରେ ଦ୍ୱିତୀୟ ମନ୍ତ୍ରୀ ଭାବେ କୋରୋନା ସଂକ୍ରମିତ ହୋଇଛନ୍ତି ସିସୋଦିଆ । ପୂର୍ବରୁ ଦିଲ୍ଲା ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କୋରୋନା ପୀଡିତ ହୋଇଥିଲେ ।