ବିଧାନସଭାର ମୌସୁମୀ ଅଧିବେଶନ ଦିନକ ଆଗରୁ ଶେଷ, ଗୃହ ମୁଲତବୀ, ମୋଟ ୭ଟି ବିଲ୍ ପାସ | News Room Odisha

ବିଧାନସଭାର ମୌସୁମୀ ଅଧିବେଶନ ଦିନକ ଆଗରୁ ଶେଷ, ଗୃହ ମୁଲତବୀ, ମୋଟ ୭ଟି ବିଲ୍ ପାସ

ଭୁବନେଶ୍ୱର- ଶେଷ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ନିର୍ଧାରିତ ସମୟର ଦିନକ ଆଗରୁ ଶେଷ ହୋଇଛି ଅଧିବେଶନ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବୀ ଘୋଷଣା କରିଛନ୍ତି । କୋରୋନା କଟକଣା ମଧ୍ୟରେ ବସିଥିଲା ବିଧାନସଭାର ମୌସୁମୀ ଅଧିବେଶନ । ଆଜି ୫ଟି ବିଲ୍ ଗୃହୀତ ହୋଇଛି ।

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ , ଓଡିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ସଂଶୋଧନ ବିଲ୍ , ଓଡିଶା ପୌର ବିଧି ସଂଶୋଧନ ବିଲ୍‌, ଶିଳ୍ପ ବିବାଦ ଓଡିଶା ସଂଶୋଧନ ବିଲ୍ ଗୃହୀତ ହୋଇଛି । ଓଡିଶା ଦ୍ରବ୍ୟ ଓ ସେବା କର –ଜିଏସଟି ସଂଶୋଧନ ବିଲ୍ ମଧ୍ୟ ପାସ୍ ହୋଇଛି । ଅଧିବେଶନରେ ମୋଟ ୭ଟି ବିଲ୍ ପାସ ହୋଇଛି ।

Odisha Assembly