ବଢୁଛି ମହାନଦୀ, ଚାରିଟି ଜିଲ୍ଲାରେ ବନ୍ୟା ଆଶଙ୍କା, ବୈତରଣୀର ଜଳସ୍ତର ହ୍ରାସ | News Room Odisha

ବଢୁଛି ମହାନଦୀ, ଚାରିଟି ଜିଲ୍ଲାରେ ବନ୍ୟା ଆଶଙ୍କା, ବୈତରଣୀର ଜଳସ୍ତର ହ୍ରାସ

ଭୁବନେଶ୍ୱର : ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ଜଳସ୍ତର ବଢିବାରେ ଲାଗିଛି । କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇଛି । ମୁଣ୍ଡଳୀରେ ୭ଦଶମିକ ୫୪ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହୋଇଛି ।

କଟକ କହ୍ନେଇପୁରରେ ନଦୀ କୂଳିଆ ଘର ସବୁ ବୁଡିଯାଇଥିବା ବେଳେ ଗୋଟିଏ ଘରର ୯ ଜଣଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି । ସେପଟେ କେନ୍ଦୁଝରର ଆନନ୍ଦପୁରର ବୈତରଣୀ ନଦୀ ବିପଦ ସଂକେତଠାରୁ ସାମାନ୍ୟ ତଳେ ପ୍ରବାହିତ ହେଉଛି । ଭଦ୍ରକ ଆଖୁଆପଦାରେ ବୈତରଣୀର ଜଳସ୍ତର ହ୍ରାସ ପାଉଛି ।

ଏଣେ ହୀରାକୁଦ ଡ୍ୟାମର ଆଉ ଚାରିଟି ଗେଟ୍ ଆଜି ଖୋଲାଯାଇଛି । ମୋଟ ୨୪ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ହୀରାକୁଦ ଡ୍ୟାମର ଜଳଧାରଣ କ୍ଷମତା ୬୩୦ ଫୁଟ ଥିଲା ବେଳେ ବର୍ତମାନ ଜଳସ୍ତର ୬୨୪. ୨୭ ଫୁଟ ରହିଛି ।