ସେନସେକ୍ସ ୪୫୦୦୦ ପଏଣ୍ଟ୍ ଛୁଇଁଲା, ନିଫ୍ଟି ୧୩ ହଜାର ଟପିଲା | News Room Odisha

ସେନସେକ୍ସ ୪୫୦୦୦ ପଏଣ୍ଟ୍ ଛୁଇଁଲା, ନିଫ୍ଟି ୧୩ ହଜାର ଟପିଲା

ମୁମ୍ବାଇ – ରିଜର୍ଭ ବ୍ୟାଙ୍କ (ଆରବିଆଇ) ର ମୁଦ୍ରା ନୀତି ଓ ଅଭିବୃଦ୍ଧି ନେଇ ସକାରାତ୍ମକ ଆକଳନ ପରେ ସେନ୍ସେକ୍ସ ରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସେନ୍ସେକ୍ସରେ ଆଜି ପ୍ରାରମ୍ଭିକ କାରବାର ୩୫୦ ପଏଣ୍ଟରୁ ଊର୍ଦ୍ଧ୍ବ ବୃଦ୍ଧି ପାଇଛି। ଆଜି ପ୍ରଥମ ଥର ପାଇଁ ସେନ୍ସେକ୍ସ ୪୫୦୦୦ ପଏଣ୍ଟ୍ ଛୁଇଁଛି | ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ୨୦୨୦-୨୧ ଆର୍ଥିକ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି +୦.୧ ପ୍ରତିଶତ, ଚତୁର୍ଥ ତ୍ରୈମାସିକରେ +୦.୭ ପ୍ରତିଶତ ହେବ ବୋଲି ଆଶା କରାଯାଉଛି। ଚଳିତ ବର୍ଷ ଭାରତର ଜିଡିପି ଅଭିବୃଦ୍ଧି ମାଇନସ୍ ୭.୫ ପ୍ରତିଶତ ହୋଇପାରେ। ଆରବିଆଇ ରେପୋ ରେଟ୍ ୪% ରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛିି। ବଜାର ଖୋଲିବା ସମୟରେ ବିଏସ୍ଇ ୩୦-ସେୟାର ସମ୍ବେଦନଶୀଳ ସୂଚକାଙ୍କ ସେନ୍ସେକ୍ସ ୨୦୨.୭୧ ପଏଣ୍ଟ ବା ୦.୪୫ ପ୍ରତିଶତ ବୃଦ୍ଧି ପାଇଛି । ସେହିଭଳି, ଏନ୍ଏସ୍ଇ ନିଫ୍ଟି ୬୬.୧୦ ପଏଣ୍ଟ ବା ୦.୫୦ ପ୍ରତିଶତ ବୃଦ୍ଧି ସହିତ ୧୩,୨୦୦ ପଏଣ୍ଟରେ କାରବାର କରୁଥିଲା । ସେନ୍ସେକ୍ସ କମ୍ପାନୀଗୁଡିକ ମଧ୍ୟରେ ଅଲଟ୍ରାଟେକ୍ ସିମେଣ୍ଟ ପ୍ରାୟ ଚାରି ପ୍ରତିଶତ ଅଧିକ ଲାଭ କରିଛି । ଏହା ପରେ ଏଲ ଏଣ୍ଡ ଟି, ଏମ୍ଏଣ୍ଡ୍ଏମ୍,
ମାରୁତି, ଓଏନଜିସି, ଭାରତୀ ଏୟାରଟେଲ, ପାୱାରଗ୍ରିଡ ଏବଂ ଆଇଟିସି ଭଳି କମ୍ପାନୀ ମଧ୍ୟ ଫାଇଦାରେ ରହିଥିଲେ |