ପ୍ରଶାନ୍ତ ଭୂଷଣ ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ସଂରକ୍ଷିତ | News Room Odisha

ପ୍ରଶାନ୍ତ ଭୂଷଣ ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ସଂରକ୍ଷିତ

ନୂଆଦିଲ୍ଲୀ : ଅଦାଲତ ଅବମାନନା ମାମଲାରେ କ୍ଷମା ପ୍ରାର୍ଥନା ପାଇଁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ମନା କଲା ପରେ ସୁପ୍ରିମକୋର୍ଟ ଏହାର ଶୁଣାଣି କରିଛନ୍ତି । ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ ।

ସୋମବାର ପ୍ରଶାନ୍ତ ଭୂଷଣ କ୍ଷମା ମାଗିବେ ନାହିଁ ବୋଲି ଦର୍ଶାଇ ସତ୍ୟପାଠ ଦାଖଲ କରିଥିଲେ । ମଙ୍ଗଳବାର ସକାଳେ ବିଚାରପତି ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ୱାଧିନ ଖଣ୍ଡପୀଠ ଶୁଣାଣି ବେଳେ କହିଥିଲେ ଯେ, କ୍ଷମା ନ ମାଗିବା ଲାଗି ପ୍ରଶାନ୍ତ ଭୂଷଣଙ୍କ ସ୍ପଷ୍ଟୀକରଣ ଦୁଃଖଦାୟକ । ପ୍ରଶାନ୍ତ ଭୂଷଣଙ୍କ ଭଳି ୩୦ ବର୍ଷର ଅଭିଜ୍ଞତା ଥିବା ବରିଷ୍ଠ ଆଇନଜୀବୀ ଏଭଳି ବ୍ୟବହାର କରିବା ଉଚିତ ନୁହେଁ ।

ଅଦଲାତ ଅବମାନନା ମାମଲାରେ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ସୁପ୍ରିମକୋର୍ଟ ମଙ୍ଗଳବାର ଦଣ୍ଡ ଘୋଷଣା କରିବାର ଥିଲା । କିଛି ଦିନ ତଳେ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟ ବିରୋଧରେ ବିବାଦୀୟ ଟ୍ୱିଟ୍ କରିଥିଲେ ।

supreme court